csstore

ଆସନ୍ତା ୯ରୁ ୧୨ ତାରିଖ ହେବ ସୁକତେଲ ମହୋତ୍ସବ

  • ପାଟଣେଶ୍ୱରୀ ମନ୍ଦିରରେ ଲୋଗୋ ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାନ୍ଧନଘୋରରେ ଅନୁଷ୍ଠିତ ହେବ ଆସନ୍ତା ୯ରୁ ୧୨ ତାରିଖ ଦ୍ୱିତୀୟ ବର୍ଷ ସୁକତେଲ ମହୋତ୍ସବ । ବଲାଙ୍ଗିର ସହରର ପାଟଣେଶ୍ୱରୀ ମନ୍ଦିର ଠାରେ ସର୍ବ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଲୋଗୋକୁ ଉନ୍ମୋଚିତ କରିଥିଲେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ । ଏହି ଅବସରରେ ୪ ଦିନ ଧରି ଲୋକ ନୃତ୍ୟ, ଲୋକ ଗୀତ, ଲୋକ ନାଟକ ଅନୁଷ୍ଠିତ ହେବ ଯଦ୍ୱାରା ଲୋୟର ସୁକତେଲ ଅବବାହିକାରେ ଗଢିଉଠିଥିବା ସାହିତ୍ୟ ସଂସ୍କୃତିର ପୁନରୁଦ୍ଧାର କରିବା ପାଇଁ ପ୍ରୟାସ ହେବ ବୋଲି ସୂଚନା ଦେଇଛନ୍ତି । କଳାକାର ସମାବେଶ ହେବ ଏବଂ ସଂସ୍କୃତି ସାହିତ୍ୟରେ ଗବେଷଣାରତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବା ସଙ୍ଗେ ସଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ସଭାପତି ବିଦୂଭୂଷଣ ସିଂଦେଓ ସଭାପତିତ୍ୱ କରିଥିବା ବେଳେ ପ୍ରଣୟ ଆନନ୍ଦ ତ୍ରିପାଠୀ, ମଳୟ ତ୍ରିପାଠୀ, ମଧୁସୁଦନ ନାୟକ, ବ୍ୟାସଦେବ ପୁରୋହିତ, ପ୍ରହଲ୍ଲାଦ ଦର୍ଜି, ନରେନ୍ଦ୍ର କବାଟ, ମନୋରଂଜନ ପୁରୋହିତ ସମେତ ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର, ବିଭୁକଲ୍ୟାଣ ଗଡତ୍ୟା, ଅଶୋକ ମେହେର, ଶ୍ରୀବାସ ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.