oom

୨୦୨୫ରେ ବଲାଙ୍ଗିର ନାଗରିକ କମିଟିର ରଜତ ଜୟନ୍ତୀ ପାଳନ ହେବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର ତ୍ରୟୋଦଶ ସାଧାରଣ ପରିଷଦ ବୈଠକ ଡଃ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସ୍ୱାଗତ ସମ୍ଭାଷଣ ପରେ ସାଧାରଣ ସଂପାଦକ ମଧୁସୁଦନ ନାୟକ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ଗତ କାର୍ଯ୍ୟକାରୀ କମିଟି ବୈଠକରେ ଏକ ସମ୍ବିଧାନ ସଂଶୋଧନ କମିଟି ଗଠନ କରାଯାଇଥିଲା । ଅଦ୍ୟ ସାଧାରଣ ସଭାରେ ସର୍ବ ସମ୍ମତି କ୍ରମେ ତାହା ଅନୁମୋଦନ ଲାଭ କରିଥିଲା । ସୁତରାଂ ସମ୍ବିଧାନ ସଂଶୋଧନ କମିଟିରେ ପ୍ରଫେସର ତରୁଣ କୁମାର ମିଶ୍ର ଅଧ୍ୟକ୍ଷ ରହିଥିବା ବେଳେ ସୁନିଲ ଚନ୍ଦ୍ର ବିଶ୍ୱାଲ, ଅବାହକ ଓ ପଦ୍ମଚରଣ ଆଚାର୍ଯ୍ୟ, ଜୟରାମ ମିଶ୍ର, ପ୍ରଭାକର ମିଶ୍ର, ବେଲାରସିଂ ଭୋଇ, ଗଣେଷ ଚନ୍ଦ୍ର ପାଢୀ ଓ ଗୋପଭୂଷଣ ନାଥ ସଦସ୍ୟ ଘୋଷିତ ହେଲେ । ଆସନ୍ତା ଫେବୃୟାରୀ ୨୮ ତାରିଖ ସୁଦ୍ଧା ସମ୍ବିଧାନ ସଂଶୋଧନ କମିଟି ତାର କାର୍ଯ୍ୟ ସମ୍ପନ୍ନ କରିବ ବୋଲି ପ୍ରଫେସର ତରୁଣ କୁମାର ମିଶ୍ର ଦୃଢ ପ୍ରତିଶୃତି ଦେଇଥିଲେ । ନୂତନ ସଦସ୍ୟତା ଆବେଦନ ଫର୍ମରେ କିଛି ଆବଶ୍ୟକୀୟ ପରିବର୍ତ୍ତନ କରି ପ୍ରସ୍ତୁତ କରାଯାଇଥିଲା । ଯେହେତୁ ଶୀଘ୍ର ସମ୍ବିଧାନ ସଂଶୋଧନ ହେବାକୁ ଯାଉଛି ତେଣୁ ତାହା ପରେ ତାର ବିଚାର କରାଯିବ ଓ ସେତେ ଦିନ ପର୍ଯ୍ୟନ୍ତ ନୂତନ ସଦସ୍ୟତା ଗ୍ରହଣ ସ୍ଥଗିତ ରଖାଯାଉ ବୋଲି ସର୍ବ ସମ୍ମତ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ସମସ୍ତ ସଦସ୍ୟଙ୍କ ପାଖରେ ବାଇଲ ନାହିଁ ତେଣୁ ୱାର୍ଡସ ଆପ୍‌ ଜରିଆରେ ବାଇଲ ପ୍ରେରଣ କରିବାକୁ ସଂପାଦକଙ୍କୁ ଅନୁରୋଧ କରାଯାଇଥିଲା । ୨୦୦୧ ମସିହାରେ ବଲାଙ୍ଗିର ନାଗରିକ କମିଟି ଗଠନ କରାଯାଇଥିଲା । ତେଣୁ ଚଳିତ ୨୦୨୫ ମସିହାରେ କମିଟିର ରଜତ ଜୟନ୍ତୀ ପାଳନ କରିବାକୁ ଓ ପରବର୍ତ୍ତି ସମୟରେ ଏ ବିଷୟରେ ପୁଙ୍ଖନୁପୁଙ୍ଖ ଆଲୋଚନା କରିବାକୁ ସିଦ୍ଧାନ୍ତ ହୋଇଥିଲା । ସଦସ୍ୟମାନେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ବିଷୟରେ ଉପୁଜିଥିବା ବିଭିନ୍ନ ସମସ୍ୟା ଆଲୋଚନା ପରିସରକୁ ଆଣିଥିଲେ । ସ୍ୱାସ୍ଥ୍ୟ କୃଷି ଓ ଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ୟା ଗୁଡିକର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଓ ଅନ୍ୟ ସ୍ଥାନୀୟ ସମସ୍ୟା ଉପରେ ବିଧାୟକ ତଥା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ସ୍ଥିର ହେଲା । ଆଲୋଚନାରେ କିଶୋର ମୋହନ ମିଶ୍ର, ଗୋପଭୂଷଣ ନାଥ, ମନୋରଂଜନ ପୁରୋହିତ, ନରେନ୍ଦ୍ର ଆଚାର୍ଯ୍ୟ, ଋତୁରାଜ ସିଂ, ଗୋପବନ୍ଧୁ ପୁରୋହିତ, କିଶୋର କୁମାର ପୁରୋହିତ, ପ୍ରଫେସର ତରୁଣ କୁମାର ମିଶ୍ର, ପ୍ରଭାକର ମିଶ୍ର, ବିମଲ ଚକ୍ରବର୍ତ୍ତି, ଛବିଲାଲ ବେହେରା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ସହ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.