csstore

ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳରେ ୧୭ତମ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳ ଘୁଂଚାପାଲିରେ ୧୭ତମ ବାର୍ଷିକ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ ଉତ୍ସବରେ ନୂତନ ପ୍ରବୀଷ୍ଠ କନ୍ୟା ମାନଙ୍କର ବ୍ରତ ଉପନୟନ ଓ ବେଦାରମ୍ଭ ସଂସ୍କାର କରାଯାଇଥିଲା । ଏଥି ସହ ନାରୀ ଉତ୍ଥାନ ସମ୍ବିଳନୀ, ରାଷ୍ଟ୍ର ନିର୍ମାଣ ସମ୍ମିଳନୀ, ବେଦ ସମ୍ମିଳନୀ, ପର୍ଯ୍ୟାବରଣ ସମ୍ମିଳନୀ, ଶିକ୍ଷା ଏବଂ ସଂସ୍କୃତି ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ଅଂଚଳର ଅନେକ ଶ୍ରୋତା, ବକ୍ତା ଏକତ୍ରିତ ହୋଇ ଥିଲେ ଏବଂ ସାମବେଦ ପାରାୟଣ ମହାଯଜ୍ଞରେ ଏକତ୍ରିତ ହୋଇ ହୋମକୁଣ୍ଡରେ ଘୃତ ପ୍ରଦାନ କରି ମହାପୂଣ୍ୟ ଲାଭ କରିଥିଲେ । କନ୍ୟା ଗୁରୁକୁଳର ଛାତ୍ରୀ ମାନଙ୍କ ମଧ୍ୟରେ ଗୀତ, ନାଚ, ସଂଗୀତ, ବକୃତା ଚିତ୍ରାଙ୍କନ, ପ୍ରତିଯୋଗିତା ସହ ବିଭିନ୍ନ ପ୍ରକାରର କୁସ୍ତି କରାଯାଇଥିଲା । ଝିଅ ମାନଙ୍କର ଉତ୍କୃଷ୍ଟ କାର୍ଯ୍ୟକ୍ରମ ଦେଖି ଦର୍ଶକମାନେ ଖୁବ ପ୍ରଶଂସା କରିଥିଲେ । ଏହି ଅବସରରେ କନ୍ୟା ଗୁରୁକୁଳ ପରିଚାଳନା କମିଟିର ସଭାପତି ବଡ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସାଉଦି ଆରବର ପ୍ରଖ୍ୟାତ ବକ୍ତା ଦୟାନନ୍ଦ ଶର୍ମା, ମୁଖ୍ୟବକ୍ତା ଭାବରେ ଆଚାର୍ଯ୍ୟ ବୃହଶ୍ଵତି ଜୀ, ପ୍ରଫେସର ବତ୍ସ ଜୀ, ସମ୍ମାନିତ ଅତିଥି ଭାବେ ସ୍ୱାମୀ, ସୁରେଶ୍ୱରାନନ୍ଦ ଜୀ, ବ୍ରତାନନ୍ଦ ଜୀ ମହାରାଜ, କୋମଳ ଜୀ,କନ୍ୟା ଗୁରୁକୁଳ ସଂଚଳକ ଆଚାର୍ଯ୍ୟ ନରଦେବ ଜୀ ଯଜୁର୍ବେଦୀ, ଆଚାର୍ଯ୍ୟା ଡା. ସାରଦା ବିଦ୍ୟାଳଙ୍କାର ପ୍ରମୁଖ ବିଦ୍ୱାନ ପଣ୍ଡିତ, ସାଧୁ ମହାତ୍ମା ରାଷ୍ଟ୍ରସେବୀ ମାନେ ଯୋଗଦେଇ ତାଙ୍କର ମୁଖ ନିସୃତ ବାଣୀରେ ଅନର୍ଗଳ ମଣିଷ କିପରି ଆଧୁନିକ ଯୁଗରେ ସୁଖରେ ବଂଚିବେ, ନିଜର କୁଟୁମ୍ବ କିପରି ଧର୍ମକୁ ଆଦରି ପରିଚାଳିତ ହେବେ, ଶିକ୍ଷିତ ହୋଇ କିପରି ରାଷ୍ଟ୍ର ନିର୍ମାଣ କରିବେ, ନାରୀଜାତି ଉଚ୍ଚଶିକ୍ଷିତା ହୋଇ ସମାଜର ମଙ୍ଗଳ କାମରେ ଆଗେଇ ଆସିବେ, ଛାତ୍ରଛାତ୍ରୀଙ୍କ ଶିକ୍ଷା କିପରି ହେବା କଥା, ଇତ୍ୟାଦି ବିଷୟରେ ବିସ୍ତୃତ ଦିଗଦର୍ଶନ ଦେଇ ଶ୍ରୋତା ମାନଙ୍କ ମନ ମୁଗ୍ଧ କରି ଦେଇଥିଲେ । ସଭା ପରିଚାଳନା ଆଚାର୍ଯ୍ୟ ନରଦେବ ଜୀ କରିଥିଲେ । ସଭାର ଉଦ୍ଦେଶ୍ୟ ଜ୍ଞାପନ ଆଚାର୍ଯ୍ୟା ସାରଦା ଜୀ କରିଥିବା ବେଳେ ଧନ୍ୟବାଦ ଅର୍ପଣ କନ୍ୟା ଗୁରୁକୁଳର ପ୍ରବନ୍ଧକ ଆଚାର୍ଯ୍ୟ ଅନନ୍ତ କୁମାର କରିଥିଲେ । ଶେଷରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ସେବନ କରାଇଥିଲେ ଭୁବନେଶ୍ୱର ଶାସ୍ତ୍ରୀ ଓ ତାଙ୍କର ସାଥିମାନେ । ଏହି ବାର୍ଷିକ ଉତ୍ସବରେ ଗୁରୁକୁଳର ସମସ୍ତ ଅନ୍ତେବାସୀ ମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ସରସ ଓ ସୁନ୍ଦର କରିଥିଲେ ।

jayashree
Leave A Reply

Your email address will not be published.