csstore

ତୃତୀୟ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ‌ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚନ୍ଦନଭାଟି ଖେଳ ପଡିଆ ଠାରେ ବଡ଼ ଧୁମ୍‌ଧାମ୍‌ରେ ତୃତୀୟ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ‌ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗ ଦେଇଥିବା ବେଳେ ଟୁର୍ଣ୍ଣାମେଣ୍ଟ‌କୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଏଏସ୍‌ପି ହେମନ୍ତ କୁମାର ବେହେରା, ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ, ଆଇଆଇସି ରାଜକୁମାର ବିଶ୍ଵାଳ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ଚନ୍ଦନଭାଟି ସରପଞ୍ଚ ଶ୍ରୀମତୀ ପଙ୍କଜିନି ସାହୁ ପ୍ରମୁଖଙ୍କ ସହ ଆୟୋଜକ ସୁକାନ୍ତ କୁମାର ପାଣିଗ୍ରହୀ ମଞ୍ଚରେ ମଞ୍ଚାସୀନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ‌ ଦିନିକିଆ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮ଟି ଦଳ ଭାଗ ନେଇଛନ୍ତି ।

jayashree
Leave A Reply

Your email address will not be published.