ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ମାତା ସାବିତ୍ରୀବାଇ ଫୁଲେ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ମହାବିଦ୍ୟାଳୟ ପରିସର ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିରଙ୍କ ଆନୁକୁଲ୍ୟରେ ଜ୍ଞାନଜ୍ୟୋତି ମାତା ସାବିତ୍ରିବାଇ ଫୁଲେଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ଗୋବିନ୍ଦ ସାହୁ, ମୁଖ୍ୟବକ୍ତା ପଶ୍ଚିମ ଓଡିଶା ମହିଳା ସଂଗଠନ ସଭାନେତ୍ରୀ ସବିତା ନନ୍ଦ, ସମ୍ମାନିତ ଅତିଥି ଅଧ୍ୟାପିକା ଶାନ୍ତିପ୍ରିୟା ହୋତା, ଅଧ୍ୟାପିା ତୃପ୍ତିମୟୀ ନାୟକ, ଅଧ୍ୟାପିକା ଅନିତା ହୋତା, ପଶ୍ଚିମ ଓଡିଶା ମହିଳା ସଂଗଠନ ସଦସ୍ୟା ସବିତା ନାଗ ମଂଚାସୀନ ଥିଲେ । ସମ୍ପ୍ରତି ଭାରତୀୟ ସମାଜରେ ନାରୀ ଶିକ୍ଷା ସମ୍ଭବ ହୋଇପାରିଛି କେବଳ ମାତା ସାବିତ୍ରୀବାଇ ଫୁଲେଙ୍କ ତ୍ୟାଗ ଓ ବଳିଦାନ ପାଇଁ ବୋଲି ଶ୍ରୀମତୀ ନନ୍ଦ ମତବ୍ୟକ୍ତ କରିଥିଲେ । ମାତା ସାବିତ୍ରୀବାଇ ଫୁଲେ ଜୟନ୍ତୀ ପାଳନ ଅବସରରେ ପଶ୍ଚିମ ଓଡିଶା ମହିଳା ସଂଗଠନ ଦ୍ୱାରା କୁଇଜ୍‌ ପ୍ରତିଯୋଗିତା କରାଯାଇ କୃତି ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଇଥିଲେ । କାର୍ଯ୍ୟକ୍ରମରେ କଲେଜରେ ଅଧ୍ୟାପନା କରୁଥିବା ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ପଶ୍ଚିମ ଓଡିଶା ମହିଳା ସଂଗଠନର ସଦସ୍ୟା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.