ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ଏକ କର୍ମକାଣ୍ଡି ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାଇକମାଲ, ପଦ୍ମପୁର, ଝାରବନ୍ଧ, ସୋହେଲା ତଥା ବିଜେପୁରର ସଦସ୍ୟମାନେ ଯୋଗଦାନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଏକ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଅଟେ । ସାରା ଭାରତରୁ ତଥା ବହିର୍ଭରତରୁ ଅନେକ ଶ୍ରଦ୍ଧାଳୁ ଆସି ଦର୍ଶନ କରନ୍ତି । ଏଠାକାର ସଂସ୍କୃତି, ଦର୍ଶନ ନିଆରା ଅଟେ । ଏଣୁ ଏହି ପୀଠର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ଏଣୁ ଏହି ପୀଠ ଅନୁସାରେ ଶ୍ରୀ ଶ୍ରୀ ମାର୍ଜର କେଶରୀ କର୍ମକାଣ୍ଡି ପରିଷଦ ନାମରେ ନାମିତ କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ ହୋଇଥିଲା । ପୁରୀ ମୁକ୍ତି ମଣ୍ଡପ ପରି ଏଠାରେ ମଧ୍ୟ ଏକ ମୁକ୍ତି ମଣ୍ଡପ ପଣ୍ଡିତ ସଭା ରହିବାକୁ ପରାମର୍ଶ ଦିଆଯାଇଥିଲା । ସମସ୍ତ କର୍ମକାଣ୍ଡି ପରିଷଦର ସଦସ୍ୟମାନେ ସଂଗଠିତ ଓ ଅନୁବନ୍ଧିତ ରହିବାକୁ ନିଷ୍ପତ୍ତି କରିଥିଲେ । ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦାନ କରି ପରିଷଦର ଧ୍ୟଜା ଉତ୍ତୋଳନ କରିଥିଲେ । ସଭାରେ ସଭାପତିତ୍ୱ କରିଥିଲେ ବ୍ରାହ୍ମଣ ସମାଜର ସଭାପତି ପଣ୍ଡିତ ଗିରିଶ ଚନ୍ଦ୍ର ନାୟକ । ବିବରଣୀ ପଠନ କରିଥିଲେ ପଣ୍ଡିତ ଶଙ୍କର ପ୍ରସାଦ ଦାସ । କର୍ମକାଣ୍ଡି ପରିଷଦର ସଭାପତି ଭାବେ ପଣ୍ଡିତ ସୁବଳ ପଣ୍ଡା, ଉପ ସଭାପତି ପଣ୍ଡିତ କୈଳାସ ଚନ୍ଦ୍ର ପଣ୍ଡା, ସମ୍ପାଦକ ପ୍ରେମାନନ୍ଦ ଦେବତା, ସହ ସମ୍ପାଦକ ପଣ୍ଡିତ ସରୋଜ ପାଣିଗ୍ରାହୀ, କୋଷାଧକ୍ଷ ପଣ୍ଡିତ ସନ୍ତୋଷ କୁମାର ପାଢ଼ୀ, ସହ କୋଷାଧକ୍ଷ ଦେବରାଜ ପଣ୍ଡା ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଉପଦେଷ୍ଟା କମିଟିରେ ପଣ୍ଡିତ କୁଳମଣି ମହାପାତ୍ର, ପଣ୍ଡିତ ମନବୋଧ ମିଶ୍ର, ପଣ୍ଡିତ ସୁବାଷ ଦେବତା, ପଣ୍ଡିତ କାଁହୁ ଚରଣ ଦାସ, ପଣ୍ଡିତ ଫୋଜଲାଲ ନନ୍ଦ, ପଣ୍ଡିତ ଝସକେତନ ନନ୍ଦ, ପଣ୍ଡିତ ରଙ୍କମଣି ଦେବତା, ପଣ୍ଡିତ କୁଞ୍ଜବନ ହୋତା, ପଣ୍ଡିତ ଗିରୀଶ ଚନ୍ଦ୍ର ନାୟକ, ପଣ୍ଡିତ ସହଦେବ ପଣ୍ଡା, ପଣ୍ଡିତ ବାଞ୍ଛାନିଧି ଷଡ଼ଙ୍ଗୀ, ପଣ୍ଡିତ ଶୁଭ୍ରାଂଶୁ ମିଶ୍ର ମନୋନୀତ ହୋଇଥିଲେ । କାର୍ଯ୍ୟ କାରିଣୀ ସଦସ୍ୟ ଭାବରେ ତରଣୀ ଦାସ, ରୋହିତ ହୋତା, ଅତ୍ରାହି ପାଣିଗ୍ରାହୀ, ବଳରାମ ପଣ୍ଡା, ବେଣୁଧର ଦାସ, ପିଣ୍ଟୁ ମହାପାତ୍ର, ଗୋପାଳ ଦାସ, ଗଣେଶ ଦାସ, ମନୋଜ ପାଢ଼ୀ, ପ୍ରଫୁଲ୍ଲ ମହାପାତ୍ର, ଡୋଲାମଣି ମହାପାତ୍ର, ଆନନ୍ଦ ମହାପାତ୍ର, ରାଜୀବ ଆଚାର୍ଯ୍ୟ, ରାହାସ ମିଶ୍ର, ସତ୍ୟବାଦୀ ଦେବତା, ଧବଳେଶ୍ୱର ହୋତା, ରବିନାରାୟଣ ଦେବତା, ଟଙ୍କଧର ସାବତ,ମନୋନୀତ ହୋଇଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପଣ୍ଡିତ ମାତୃପ୍ରସାଦ ରଥ । ପାଇକମାଲ, ପଦ୍ମପୁର, ସୋହେଲା, ବିଜେପୁର, ଝାରବନ୍ଧ ବ୍ଲକରୁ ପ୍ରାୟ ସମସ୍ତ କର୍ମକାଣ୍ଡି ବ୍ରହ୍ମଣମାନେ ଯୋଗଦାନ କରିଥିଲେ ।