csstore

୫ରେ ଗାନ୍ଧୀ ଷ୍ଟାଡିୟମରେ ସୁମନ୍ତ ମେମୋରିଆଲ ଭେଟେରାନ କ୍ରିକେଟ ମ୍ୟାଚ୍‌

  • କମିଟି ପକ୍ଷରୁ ଷ୍ଟାଡିୟମରେ ଜର୍ସି ଉନ୍ମିଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁୟାରୀ ୫ ତାରିଖରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ପୂର୍ବତନ କ୍ରୀଡା ସଂଗଠକ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ସ୍ମୃତିରେ ଏକ ଦିବସୀୟ ଭେଟେରାନ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜକ କମିଟି ପକ୍ଷରୁ ଏହାର ଜର୍ସି ଉଦ୍‌ଘାଟନ କାର୍ଯ୍ୟକ୍ରମ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୋଜକ କମିଟି ପକ୍ଷରୁ ହରେଶ ଦାନୀ ମ୍ୟାଚ୍‌ ବିଷୟରେ ସୂଚନା ଦେଇଥିଲେ । ଜର୍ସିକୁ କୃଷ୍ଣଚନ୍ଦ୍ର ଦାନୀଙ୍କ ସମେତ ପୂର୍ବତନ ରଂଜି ପ୍ଲେୟାର ସୂର୍ଯ୍ୟନାରାୟଣ ମିଶ୍ର, ଜିଲ୍ଲା କ୍ରୀଡା ସଂସଦର ସଂପାଦକ ହରି ନାରାୟଣ ପୂଜାହାରୀ, ଅରୁଣ ନାଏକ, ଶିବୁ ବାଗ, ପୃଥ୍ୱୀରାଜ ମିଶ୍ର, ପ୍ରଦୀପ ମହାନ୍ତି, ମନୋଜ ଚିନ୍ଦା, ପ୍ରଦୀପ ମେହେଟା, ମାନଭଞ୍ଜନ ଯୋଷୀ, ମନୋରଂଜନ ଯୋଷୀ, ଚେତନାନନ୍ଦ ପଣ୍ଡା, ସ୍ୱର୍ଗତ ସୁମନ୍ତ ଭୋଇଙ୍କ ପୁତ୍ର ସାର୍ଥକ ଭୋଇ, ଭାଗିରଥି ମହାକୁର, ଅମିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ । ୫ ତାରିଖରେ ଦିନବେଳା ନବକିଶୋର କ୍ରିକେଟ ଦଳ ଓ ବଲାଙ୍ଗିର ଭେଟେରାନ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଯେ, ସ୍ୱର୍ଗତ ସୁମନ୍ତ ଭୋଇ ବଲାଙ୍ଗିରର ଜଣେ ଜଣାଶୁଣା କ୍ରିକେଟ ସଂଗଠକ ଥିଲେ । ଅନେକ କ୍ରୀଡାବିଦଙ୍କୁ ସେ ପ୍ରୋତ୍ସାହିତ କରିଆସୁଥିଲେ । ଗତ ୨୦୨୧ ମସିହାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତେଣୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚଳିତ ବର୍ଷ ଠାରୁ ଏକ ମେମୋରିଆଲ କ୍ରିକେଟ ମ୍ୟାଚ୍‌ କରିବାକୁ ସ୍ଥିର କରାଯାଇଛି ।

jayashree
Leave A Reply

Your email address will not be published.