csstore

ଡି.ଆର୍.ଆଇ୍. ଋଣ ପ୍ରଦାନ ସଂକ୍ରାନ୍ତରେ ଆଲୋଚନା ଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଡି.ଆର୍.ଆଇ. ଋଣ ପ୍ରଦାନ ସଂକ୍ରାନ୍ତରେ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାପରିଷଦ ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁ ବ୍ୟକ୍ତିଙ୍କର ବାର୍ଷିକ ଆୟ ସହରାଞ୍ଚଳରେ ୨୪ ହଜାର ଟଙ୍କାରୁ କମ୍ ଏବଂ ଗ୍ରାମାଞ୍ଚଳରେ ୧୮ ହଜାର ଟଙ୍କାରୁ କମ୍ ଥିବ ସେହି ମାନଙ୍କୁ ଏହି ଋଣ ମିଳି ପାରିବ । ୧୫ ହଜାର ଟଙ୍କା ଋଣ ଶତକଡା ୪ ପ୍ରତିଶତ ସରଳ ସୁଧରେ ଛୋଟଛୋଟ ବ୍ୟବସାୟ କରିବା ନିମନ୍ତେ ଏହି ଋଣ ଦିଆଯିବ । ଏଥି ନିମନ୍ତେ ଦରଖାସ୍ତ ଗ୍ରହଣ ଚଳିତ ଜାନୁୟାରୀ ୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରଖାଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଋଣ ପ୍ରଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ସ୍ୱାଗତ ଭାଷଣ ଦେଇ ଏହି ଡି.ଆର୍.ଆଇ. ଋଣ ପ୍ରଦାନ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ ଏବଂ ଏହାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ସହିତ ଏହାର ସଫଳ କାର୍ଯ୍ୟକାରିତା କିଭଳି ଗରିବରୁ ଅତି ଗରିବ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ତଥା ସାମାଜିକ ଉତ୍ଥାନ ନିମନ୍ତେ ବିଶେଷ ସହାୟକ ହେବ ସେ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ୍ ଶକ୍ତି, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀଗଣ, ସମସ୍ତ ସିଡିପିଓ, ଲିଡ୍ ବ୍ୟାଙ୍କ ମ୍ୟାନେଜର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.