ଧାନ ବିକ୍ରୀ ଦାବୀରେ ରାସ୍ତାରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଧାନ କିଣାରେ ଅବ୍ୟବସ୍ଥା ନେଇ ରାଜ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ପଦ୍ମପୁର ଉପଖଣ୍ଡର ୭୦ ଗୋଟି ମଣ୍ଡିରେ ପ୍ରାୟ ୭ ଲକ୍ଷ ଧାନ ପଡି ରହିଛି । ଦୀର୍ଘ ଦିନ ହେବ ଚାଷୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇ ପାରୁନାହିଁ ତେଣୁ ରାସ୍ତାରେ ଚାଷୀ । ପ୍ରଶାସନ ଅଧିକାରୀ କେବଲ ଟ୍ୟାଗ ନ ଥିବା କାରଣରୁ ବିକ୍ରି ହୋଇ ପାରୁନାହିଁ କହିଛନ୍ତି । ଏହି ଅବ୍ୟବସ୍ଥା କାରଣରୁ ଚାଷୀ ପଦ୍ମପୁର ବରଗଡ଼ ରାଜରାସ୍ତାର ପଦ୍ମପୁର ଆମ୍ବେଦକର ଛକ ଠାରେ ଧାନ ପକାଇ ଅବରୋଧ କରିଛନ୍ତି ,ଏଥିପାଇଁ ଦୁଇପଟେ ଜାମ ହେଲାଣି ରା‌ସ୍ତା ।ଟ୍ୟାଗ ପାଇଁ ଚାଷୀ ବାରମ୍ବାର ଗୁହାରି କଲେ ମଧ୍ୟ ଟ୍ୟାଗ ମିଳୁନାହିଁ , ତେଣୁ ବାଧ୍ୟହୋଇ ଚାଷୀ ରାସ୍ତାରୋକ କରିଛନ୍ତି । କିଛି ଦିନ ପୂର୍ବରୁ ବରିକେଲ ଠାରେ ମଧ୍ୟ ଚାଷୀ ରାସ୍ତାରୋକ କରିଥିଲେ । ଆଜି ବିଜେପି ପକ୍ଷରୁ ମଧ୍ୟ ଏକ ଦାବିପତ୍ର ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ଶୀଘ୍ର ଧାନ ଉଠିବା ପାଇଁ ।

Leave A Reply

Your email address will not be published.