centurian jitm

ବଲାଙ୍ଗୀରରେ ୩୨ ତମ ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ

nschool

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ ହୋଇଛି । ଜାନୁୟାରୀ ୧୮ ତାରିଖରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ୩୨ ତମ ସଡକ ସୁରକ୍ଷା ମାସ ଶୁଭାରମ୍ଭ ହୋଇଥିଲା । ସ୍ଥାନୀୟ ଆଂଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରୁ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମୁଖ୍ୟ ଅତିଥି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା । ଭାରପ୍ରାପ୍ତ ଜିଲ୍ଲା ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର, ଅତିରିକ୍ତ ପରିବହନ ଅଧିକାରୀ ଲୋକନାଥ ମେହେର, ସହକାରୀ ମୋଟର ଯାନ ନିରୀକ୍ଷକ ଧର୍ମେନ୍ଦ୍ର ଦେହୁରିଙ୍କ ନେତୃତ୍ୱରେ ମାସବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମ କରାଯିବ ଓ ସଡ଼କ ଦୁର୍ଘଟଣା ଏଡାଇବାରେ ଏହା ସହାୟକ ହେବ ବୋଲି କୁହାଯାଇଛି । ଜିଲ୍ଲାପାଳଙ୍କ ଦ୍ୱାରା ସଚେତନତା ରଥ ଶୁଭାରମ୍ଭ ପରେ ପରିବହନ ବିଭାଗର ସମସ୍ତ କର୍ମ·ରୀ ଓ ଅଧିକାରୀ ପରିବହନ କାର୍ଯ୍ୟାଳୟ ଠାରୁ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇ ଜନସାଧାରଣଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିବହନ ବିଭାଗର ଭରତ ମହାକୁର, ଗଗନ ସାଏ, ସରୋଜ ଦେହୁରି, ଘନଶ୍ୟାମ ମେହେର, ମଳୟ ପାଣିଗ୍ରାହୀ, ସତ୍ୟନାରାୟଣ ବାରିକ, ବିଜୟ କୁମାର ପ୍ରଧାନ, ଚଞ୍ଚଳ ମିଶ୍ର, ରାଜକୁମାର ପୁଟେଲ, ନିକୁ ବନଛୋର, ସୁମନ୍ତ ମଲ୍ଲିକ, ମନୋଜ ସାହୁ, ସନ୍ତୋଷ ବାଗ, ପ୍ରସାନ୍ତ କୁମାର କିଶାନ, ସନନ୍ତ ନାରାୟଣ ସେଠୀ, ପଦ୍ମ ସେଠ୍‌, ଯୋଗେନ୍ଦ୍ର ମନହିରା, ଶେଷଦେବ ସା, ଉମେଶ ବାଗ, ମାନୁ ତାଣ୍ଡି, ସ୍ନେହଲତା ବାଗ ପ୍ରମୁଖ କର୍ମ·ରୀ ସହଯୋଗ କରିଥିଲେ । ଆସନ୍ତା ୧ ମାସ ଧରି ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

error: Content is protected !!