csstore

ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଚାଚେରବେଙ୍ଗ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଖେଳପଡିଆ ଠାରେ ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଚାଚେରବେଙ୍ଗ ଦଳ ଓ ତୁରେକେଲା ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ତୁରେକେଲାକୁ ହରାଇ ଚାଚେରବେଙ୍ଗ ଦଳ ଚମ୍ପିୟାନ ହୋଇଥିଲା । ଉଦ୍‌ଯାପନି ଦିବସରେ ଯୁବ ସମାଜସେବୀ କରୁଣାକର ମାଝୀ ମୂଖ୍ୟଅତିଥି, ସମ୍ମାନୀୟ ଅତିଥି ବଳବନ୍ତ ଭୋଇ, ଲୋକନାଥ ବଘାର, ଚୁଡ଼ାମଣି ସାହୁ, ପବିତ୍ର ସାହୁ, ଦେବରାଜ ପଧାନ ଓ ସୁଦର୍ଶନ ଭୋଇ ପ୍ରମୁଖ ମଞ୍ଚାସୀନ ହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତାକୁ ୧୮ ହଜାର ଓ ଉପବିଜେତାକୁ ୧୨ ହଜାର ଟଙ୍କା ଦେବା ସହ ଟ୍ରଫି ପ୍ରଦାନ କରିଥିଲେ । ଅମ୍ପୟାର ମୁକୁନ୍ଦ ବଗର୍ତ୍ତୀ ଓ ଲେଗ ଅମ୍ପୟାର ଭୁବନେଶ୍ଵର ଭୋଇ ଖେଳ ପରିଚାଳନା କରିଥିଲେ । ବାରବନ୍ଧ କ୍ରିକେଟ କ୍ଲବର କ୍ୟାପଟେନ ଧୁବଲେ ଭୋଇ, ଭାଇସ କ୍ୟାପଟେନ ଆକାଶ ସାହୁ, କମିଟି ସଭାପତି ଭିକାରୀ ଭୋଇ, ଉପସଭାପତି ପରମା ଭୋଇ, କାର୍ଯ୍ୟକାରୀ ଡିଙ୍ଗର ଭୋଇ ଉପଦେଷ୍ଟା ରାଜିନ୍ଦ୍ର ଭୋଇ, କମିଟି ମେମ୍ବର ପଦ୍ମନ ମାଝୀ, ମଣ୍ଟୁ ନାଏକ, ଅର୍ଜୁନ ଭୋଇ, ଦସ ଭୋଇ, ବିବେକ ସାହୁ, ଫକିର ସାହୁ, ବଣ୍ଟି ସାହୁ, ମଧୂସୁଦନ ମାଝୀ, ରଥ ତାଣ୍ଡି, ସୁବ୍ରତ ବଘାର, ଉମେସ ସାହୁ, ଉମାକାନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.