csstore

ଶୀତକାଳୀନ ଜାତୀୟ ସେବା ଶିବିର ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶହୀଦ ଭଗତ ସିଂ ଡ଼ିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ କାର୍ତ୍ତିକଢ଼ି ପ୍ରାଥମିକ ବିଦ୍ୟାଳୟ ଠାରେ ସପ୍ତାହ ବ୍ୟାପି ଶୀତକାଳୀନ ଜାତୀୟ ସେବା ଶିବିର ଉଦ୍‌ଯାପିତ ହୋଇଯାଇଛି । ଖଣ୍ଡଦେଉଳି ଶହୀଦ ଭଗତ ସିଂ ଡ଼ିଗ୍ରୀ ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଡ଼ଃ. ଦେବୀ ପ୍ରସାଦ ପଟ୍ଟନାୟକଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ୭ ଦିନ ଧରି ସମାହିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ଶ୍ରୀମତୀ ମୀନତି ପଟ୍ଟନାୟକ, ବରିଷ୍ଠ ଅଧ୍ୟାପକ, ଲିଙ୍ଗରାଜ ସାହୁ, ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ତଥା ଆନନ୍ଦ ଗୌଡ଼, ବସନ୍ତ ଗୌଡ଼, ଆଖଣ୍ଡଳମଣି ବେହେରା, ଡ଼ଃ. ଜୟନ୍ତୀ ବେହେରା, ଏନ୍. ପଦ୍ମାବତୀ ଏବଂ କଲେଜର ସମସ୍ତ କର୍ମଚାରୀମାନେ ସକ୍ରୀୟ ସହଯୋଗ କରିଥିବା ବେଳେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ତଥା ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ଶୀତକାଳୀନ ଜାତୀୟ ସେବା ଶିବିରର ଶେଷ ଦିନରେ ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ଶେଷରେ ପ୍ରୋଗ୍ରାମ ଅଫିସର ଡ଼ଃ.ଦେବୀ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.