jayashree

ପୁଇଁନ୍ତଲା ବ୍ଲକରେ ଶିଶୁ ସୁରକ୍ଷା, ପୋଷ୍ୟ ସନ୍ତାନ ଗ୍ରହଣ ଆଧାରିତ ସଚେତନତା ଶିବିର ଅନୁଷ୍ଠିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇନ୍ତଳା ବ୍ଲକର ସଭାଗୃହ ଠାରେ ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା କର୍ମଶାଳା ବ୍ଲକର ସୁଷମା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ – ସାମାଜିକ କର୍ମୀ ଅରୁଣ କୁମାର ଖୁଆସ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସି.ଡି.ପି.ଓ କହିଲେ ମା’ଗର୍ଭରୁ ଆରମ୍ଭ କରି ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳାଙ୍କ ମହିଳା ବିଭାଗ ତରଫରୁ ଶିଶୁର ବିକାଶ, ସୁରକ୍ଷା ଓ ସର୍ବାଙ୍ଗୀନ ଉନ୍ନତି ସକାଶେ ବିଭିନ୍ନ ପ୍ରକାର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଓ ପୋଷ୍ୟ ସନ୍ତାନ ଗ୍ରହଣରେ ଆଇନଗତ ବିଧି ବ୍ୟବସ୍ତା ଉପରେ ଜଣାଇଥିଲେ । ଏହି କର୍ମଶାଳାରେ ଅରୁଣ କୁମାର ଖୁଆସ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତ୍ୟାଶୀ ପୋଷ୍ୟ ସନ୍ତାନ ଗ୍ରହଣକାରିଙ୍କ ଯୋଗ୍ୟତା, carings ପୋର୍ଟାଲ ମାଧ୍ୟମରେ ପୋଷ୍ୟ ସନ୍ତାନ ପାଇଁ ଅଗହି ବ୍ୟକ୍ତିଙ୍କ ଆବେଦନ ତଥା ପ୍ରତିପାଲନ ଯତ୍ନ ବ୍ୟବସ୍ଥା ଓ ପ୍ରତିପାଲନ ଯତ୍ନ ବ୍ୟବସ୍ତାରୁ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ ଉପରେ ତାଲିମ ପ୍ରଦନ କରିଥିଲେ । କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଫୋଷ୍ଟର କେଆର, ଯଶୋଦା, ପନସର୍ସିପ୍ , ଗ୍ରିନ ପେସେଜ୍ ଯୋଜନା ଉପରେ ଯୋଗ୍ୟତା, ଆବଶ୍ୟକ କାଗଜ, ଦରଖାସ୍ତର ଆବଶ୍ୟକତା ଉପରେ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପୁଇନ୍ତଲା ବ୍ଲକ୍‌ରୁ ଆଶା, ଅଙ୍ଗନୱାଡ଼ି, ଏ.ଏନ୍‌.ଏମ୍‌, ଜି.ପି.ଏଲ୍.ଏଫ୍‌ର ସଭ୍ୟା, ଏମ୍‌.ବି.କେ, ସି.ଆର୍.ପି, ସୁପରଭାଇଜର ୨୫୦ରୁ ଅଧିକ ଉପସ୍ଥିତ ଥିଲେ । ବି.ପି.ସି ଚିନ୍ମୟ ତ୍ରିପାଠୀ, ବି.ପି.ଏ ଅଭିନନ୍ଦନ ସ୍ୱାଇଁ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ପରିଶେଷରେ ବ୍ଲକର ଶିଶୁ ବିକାଶ ବିଭାଗର ସୁପର ଭାଇଜର୍ ସଂଯୁଲତା ବାବୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.