oom

ଆଦର୍ଶ ଗ୍ରାମରେ ମହିମା କ୍ରିକେଟ ଟୁନାମେଣ୍ଟ ଉଦ୍‌ଯାପିତ : ଯୋଗ ଦେଲେ ପାଟଣା ବିଧାୟକ

jsmm

ପାଟଣା, (କେପିଏନ୍‌ଏସ୍‌) : ପାଟଣା ବ୍ଳକ୍ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ସିଲିଦା ଆଦର୍ଶ ଗ୍ରାମରେ ସ୍ଥାନୀୟ ଖେଳ ପଡ଼ିଆରେ ମହିମା ୟୁଥ କ୍ଲବ ଆନୁକୂଲ୍ୟରେ ୪ ଦିନ ଧରି ଚାଲିଥିବା ପଞ୍ଚମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଟ୍‌ର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ କବିତ୍ରା ଓ ବେଗେନା ମଧ୍ୟରେ ଖେଳା ଯାଇଥିଲା । ପ୍ରଥମେ ଟସ୍ ଜିତି କବିତ୍ରା ନିର୍ଦ୍ଧାରିତ ୧୨ ଓଭରେ ୧୧୪ଟି ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା । ବେଗେନା ୧୧୩ ରନ୍ ସଂଗ୍ରହ ପରାସ୍ତ ହୋଇଥିଲା । ଅମ୍ପିୟାର ଭାବେ ଚିକୁ ବାରିକ ଓ ସୁର ବାରିକ ଖେଳ ପରିଚାଳନା କରିଥିଲେ । ଅରୁଣ କୁମାର ମହାନ୍ତ ଓଡ଼ିଆରେ ଧାରା ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇଥିଲେ, ସମାଜ ସେବୀ ଯୋଗେନ୍ଦ୍ର ନାଏକ, କେନ୍ଦେଇପଶି ମଣ୍ଡଳର ବିଜେପି ଉପସଭାପତି ମିତ୍ର ଭାନୁ ନାଏକଙ୍କ ସହ ବହୁ ବିଜେପି କର୍ମୀମାନେ ଯୋଗଦେଇ ଚାମ୍ପିଅନ ଦଳକୁ ୧୮ ହଜାର ଓ ରନର୍ସପ ଦଳକୁ ୧୪ ହଜାର ଟଙ୍କା ପ୍ରଦାନ କରିଥିଲେ । ସିଲିଦା ମହିମା ୟଥ୍ କ୍ଲବର ସଭାପତି ଶିତମ ଭିତିରିଆ, ସମ୍ପାଦକ ଲିକୁନ ଗାରଡ଼ିଆ ସଦସ୍ୟ, ଶକ୍ତିମାନ ଗାରଡ଼ିଆ, ଅଭିନାଶ ପରିଡ଼ା, ସୁରେନ୍ଦ୍ର ବାରିକ, ସୁଶାନ୍ତ ବାରିକ, ବିକୁ ଗାରଡ଼ିଆ, ଶୁଶାନ୍ତ ଗାରଡ଼ିଆ, ଶିତମ ଭିତିରିଆ, ସୁଭମ ଗାରଡ଼ିଆ, ଲିପୁନ ଗାରଡ଼ିଆ, ରହିତ ଗାରଡ଼ିଆ, ଲକି ପରିଡା, ସଚିନ ଦେହୁରୀ, ରାଜେଶ ବାରିକ, ଚିକୁ ଗାରଡ଼ିଆ, କାହ୍ନା ସେଠୀ, ବିକୁନ ସେଠୀ ପ୍ରମୁଖ ଖେଳରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.