p purohi

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବ ତୃତୀୟ ସନ୍ଧ୍ୟାରେ ମନମୋହୁଛନ୍ତି କଳାକାର

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଳବ, ପଦ୍ମପୁର ତରଫରୁ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବରେ ଯୋଗଦେଇ ବିଧି ବଦ୍ଧ ଭାବରେ ଚତୁର୍ଥ ଲୋକ ମହୋତ୍ସବରେ ତୃତୀୟ ସନ୍ଧ୍ୟାର ସାଂସ୍କୃତିକ ପର୍ବକୁ ଶୁଭାରମ୍ଭ କରିଛନ୍ତି । କଳା ଓ କଳାକାରଙ୍କ ଏହି ମାଟିରେ ସାଂସ୍କୃତିକ କଳାର ମହକ ସାରା ବିଶ୍ୱକୁ ମହାକାଇବା ପାଇଁ ଆୟୋଜିତ ଏହି ମହା ମଞ୍ଚକୁ ବହୁତ ସୁନ୍ଦର ପ୍ରୟାସ ବୋଲି ଅତିଥିମାନେ କହିଥିବା ବେଳେ ଆଗକୁ ଏହି ମହୋତ୍ସବ ଆହୁରି ବିଶ୍ୱସ୍ତରୀୟ ହେଉ ବୋଲି ଶୁଭେଚ୍ଛା ଦେଇଥିଲେ । କ୍ଳବର ସଭାପତି ପ୍ରିତେଶ କୁମାର ବହିଦାର ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମେ ସମସ୍ତ ଅତିଥି ମା’ସାମଲ୍ଵଶ୍ଵରୀ ଓ ବାବା ନୃସିଂହନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିଥିବା ବେଳେ କଣ୍ଠଶିଳ୍ପୀ ଶକ୍ତି ସ୍ୱରୂପା ପଣ୍ଡା ପ୍ରଥମେ ଏକ ଭଜନରୁ ସନ୍ଧ୍ୟା ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଜେନିଥ ଲାୟନ୍ସ ଗୁରୁକୁଲର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଅବସର ପ୍ରାପ୍ତ ଅଧ୍ୟାପକ ତଥା ବରିଷ୍ଠ କଳାକାର କେଶରଞ୍ଜନ ପଧାନ ଏବଂ ନାଟ୍ୟକାର ଅଶୋକ କୁମାର ବହିଦାର ମଞ୍ଚ ସଂଯୋଜନା କରିଥିବା ବେଳେ ସଂକୃତିକା ପୁରୋହିତ, ଟ୍ୱିଙ୍କିଲ ପଧାନ, ସୁରଟ ଗୁରୁ ଓ ମନିସ ରଥ ମଞ୍ଚ ଉଦ୍‌ଘୋଷକ ଦାୟିତ୍ୱ ତୁଲାଇ ଥିଲେ । ତେବେ ସାଂସ୍କୃତିକ ପର୍ବ ପୂର୍ବରୁ ଆମ ସମ୍ବଲପୁରୀ ବାନ୍ଧ କଳା ଓ ପୋଷାକକୁ ନେଇ ବିଶେଷ ଆକର୍ଷଣ ଭାବରେ ଏକ ରେମ୍ପ୍‌ ଶୋ ପ୍ରଥମ କରି ଆୟୋଜିତ ହୋଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଆଇକନ ଫେସନ କ୍ରିୟୁ ଗ୍ରୁପର ମୋଡେଲମାନଙ୍କ ସହ ସ୍ଥାନୀୟ ଅଞ୍ଚଳର ବୋହୁ ପୁଅ ଝିଅ ମଧ୍ୟ ମୋଡେଲ ଭାବରେ ଯୋଗଦେଇ ରେମ୍ପ୍‌ରେ ଚାଲିଥିବା ବେଳେ କ୍ଳବ ପକ୍ଷରୁ ସୁରେଶ ସାହୁ, ଟେନିସ ପଣ୍ଡା ଏବଂ ଏ.ଡି.ଭି. ସୋମେଶ ଚନ୍ଦ୍ର ମହାନ୍ତି ଏହି ରେମ୍ପ୍‌ ଶୋର ସଂଯୋଜନା କାର୍ଯ୍ୟ ତୁଲାଇ ଥିଲେ । ସାଂସ୍କୃତିକ ପର୍ବରେ କଣ୍ଠଶିଳ୍ପୀ ସନ୍ଧ୍ୟାରାଣୀ ପାଟଯୋଷୀଙ୍କ ଦ୍ୱାରା ରସ ଜାମୁଡାଳି ସଂଗୀତ ପରିବେଶଣ ସହ ପୁରୀ ନୃସିଂହ ସାଂସ୍କୃତିକ ଅନୁଷ୍ଠାନ ନିଜର ପରମ୍ପରିକ ଘଟ ନୃତ୍ୟ, ଚନ୍ଦ୍ରାବତୀ ମେହେର ବିଦ୍ୟାଳୟ ସାଂସ୍କୃତିକ ଦଳ, କଟକ ନଟରାଜ ନୃତ୍ୟ ବିଦ୍ୟାଳୟ ଅନୁଷ୍ଠାନର ଲାବନି, ଉପକାର କଳା ପରିଷଦ ବଲାଙ୍ଗିରର ଘୁଡକା ନାଚ, ଘେଁସ ସାଂସ୍କୃତିକ ଅନୁଷ୍ଠାନର ଦୁଲା ବିହା ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ସହ ଦର୍ଶକଙ୍କୁ ବେଶ ମୁଗ୍ଧ କରିଥିବା ବେଳେ ପଶ୍ଚିମ ବଙ୍ଗର ପୁରଲିଆ ଛଉ ନୃତ୍ୟ ମଞ୍ଚରେ ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟି ଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ବିଶ୍ରାମ ମେହେରଙ୍କୁ ମାନପତ୍ର ଓ ଉପଢେ଼øକନ ସହ ସମ୍ମାନିତ କରାଯାଇଥିଲା, ସେହିପରି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଓ ଧନୁବାଦ ଜଣାଇ ଆସନ୍ତା ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ ।

nrusinghnath
Leave A Reply

Your email address will not be published.