oom

୫୧ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଯାପିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମମାଟି ବରପାଲି ସ୍ଥିତ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ଖେଳପଡିଆ ଠାରେ ୫୧ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି । ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ଡି.ଇ.ଓ ପ୍ରକାଶ ଯୋଶୀ, ମିତ୍ରଭାନୁ କଚ୍ଛପ,ଏନ୍‌.ସି.ଇ.ଆର୍.ଟି ଆସୋସିଏଟ୍‌ ପ୍ରୋଫେସର ଜୁବଲି ମଧୁନାଥନ, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାପତି ଦିନେଶ ଗହୀର, ପଞ୍ଚାୟତ ସମିତି ଅଧ୍ୟକ୍ଷା ରିନା ଥଇତ, ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଏସ୍.ସି.ଇ.ଆର୍.ଟି ସହ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ବରପାଲି ତହସିଲଦାର ରୁକ୍ମଣ ମେହେର, ବରଗଡ ସହ ଜିଲ୍ଲା ଶିକ୍ଷାଅଧିକାରୀ ଜ୍ୟୋତିକାନ୍ତ ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ୍ ପଟ୍ଟନାୟକ, ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶ୍ରୀ ଶାଶ୍ଵତୀ ଦାଶ ଏବଂ ବରଗଡ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥି ବୃନ୍ଦଙ୍କୁ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ, ବରପାଲିର ଛାତ୍ରମାନେ ବ୍ୟାଣ୍ଡ ଗ୍ରୁପ୍ ସହିତ ସ୍ୱାଗତ କରି ମଞ୍ଚ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଧୀରୋଜ ପଟ୍ଟନାୟକ ପ୍ରଥମେ ବିବରଣୀ ପଠନ କରିଥିଲେ । ପରେ ପରେ ମୁଖ୍ୟବକ୍ତା ଯୁବ ବୈଜ୍ଞାନିକ ଡଃ. ଶେଷ କିଷାନ଼୍ ନିଜ ଜୀବନର ସଂଘର୍ଷ କାହାଣୀ ଶୁଣାଇବା ସହିତ କୁନି କୁନି ବୈଜ୍ଞାନିକମାନଙ୍କ ମାର୍ଗଦର୍ଶନ କରିଥିଲେ । ଉକ୍ତ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୭ ଗୋଟି ଥିମ୍ ରେ କୃତିତ୍ଵ ହାସଲ କରିଥିବା ଶିକ୍ଷାର୍ଥୀମାନଙ୍କୁ ଅତିଥିମାନଙ୍କ ସ୍ୱାରା ପୁରସ୍କୃତ କରାଯାଇଥିଲା । ବରଗଡ଼ ଜିଲ୍ଲାର ସୁଦକ୍ଷ ବିଜ୍ଞାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ସହଯୋଗ ଏବଂ ନିରବଚ୍ଛିନ୍ନ ପ୍ରୟାସ ଫଳରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।

jittmm
Leave A Reply

Your email address will not be published.