oom

ଜୁନାଗଡ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

jsmm

ଜୁନାଗଡ, (କେପିଏନ୍‌ଏସ୍‌) : ଜୁନାଗଡ ସ୍ଥିତ ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ହେବାକୁ ଥିବା ଉକ୍ତ କ୍ରୀଡ଼ା ଉତ୍ସବର ପ୍ରଥମ ଦିବସରେ ଉଦ୍‌ଘାଟନୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ବାଗ ଅଧ୍ୟକ୍ଷତା କରିଥିବା ବେଳେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ହିମାଦ୍ରୀ ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଜୀବନରେ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରୁପାକ୍ଷ ନାଏକ, କାଉନସିଲର କାହ୍ନୁ ବୈଠରେୁ, ବରିଷ୍ଠ ଶିକ୍ଷକ ସୁଧିର କୁମାର ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ସଂଜୀବ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ଶିକ୍ଷକ ବିଭୁଭୂଷଣ ପଣ୍ଡା ଧନ୍ୟବାଦ ଦେଇଥିଲେ । ସ୍ଥାନୀୟ ମା’ ଲଙ୍କେଶ୍ୱରୀ ପୀଠରୁ ମଶାଲ ଆସିବା ସହିତ ମୁଖ୍ୟ ଅତିଥି ଅନୁଷ୍ଠାନର କ୍ରୀଡ଼ା ପତାକା ଉତ୍ତୋଲନ କରିବା ସହିତ ଅନୁଷ୍ଠାନିକ ଭାବରେ ବାର୍ଷିକ କ୍ରୀଡାରମ୍ଭ ଘୋଷଣା କଲେ ଓ ପରେ ଛାତ୍ରୀ ବସୁନ୍ଧରା ଶୁକ୍ଲା ଓ ରଞ୍ଜିତା ପୁଝାରୀ ସମସ୍ତଙ୍କୁ କ୍ରୀଡ଼ା ଶୃଙ୍ଖଳା ଉପରେ ଶପଥ ପାଠ କରାଇଥିଲେ । ପ୍ରଥମ ଦିବସର ବିଭିନ୍ନ କ୍ରୀଡ଼ାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.