jayashree

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଭାରତୀୟ ଭାଷା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ସମ୍ମେଳନ ପ୍ରକୋଷ୍ଠଠାରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଭାଷା ଦିବସ ପାଳିତ ହୋଇଯାଇଛି । ଶ୍ରୀ ପଣ୍ଡା ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଏହାର ମହତ୍ତ୍ଵ କହିଥିଲେ । ଡଃ. ସରୋଜ କୁମାର ନାଏକ ଭାଷାର ସଂଜ୍ଞା, ଉତ୍ପତ୍ତି, ଭାରତୀୟ ଭାଷା ଉପରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପକ ଖଗେଶ୍ୱର ଦାସ ଭାଷାର ବହୁ ବିବିଧତା ମତରେ ଏକତା ପ୍ରସଙ୍ଗ ଜ୍ଞାପନ କରିଥିଲେ । ପ୍ରାଧ୍ୟାପକ ଡଃ .ବିରଞ୍ଚି ସାହୁ ଭାଷା ସାହିତ୍ୟ ସମ୍ପର୍କରେ କହିବା ସଙ୍ଗେ କୋଶଳି ଭାଷା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର ସଂସ୍କୃତ ଭାଷା ଉପରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ଅଧ୍ୟାପିକା ଶ୍ରୀମତୀ ରିନା ଧର୍ମବିନାୟକ, ପ୍ରଧ୍ୟାପିକା ତାପିନୀ ପଣ୍ଡା, ଶ୍ରୀମତୀ ମୋନାଲିସା ସ୍ୱାଇଁ, ଶ୍ରୀମତୀ ନିକିତା ଭୋଇ, ଡଃ. ମମତା ଗୁରୁ, ସୁଶ୍ରୀ ସସ୍ମିତା ମେହେର, ଅଧ୍ୟାପକ ବାଲଗୋପାଳ ମେହେର, ସମୀର ନାଗ ତଥା ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ତଥା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରି ସଭାକୁ ସଫଳ କରିଥିଲେ । ଶେଷରେ ଅଧ୍ୟାପିକା ସୁରେଶ୍ଵରୀ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.