- ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ସୁବର୍ଣ୍ଣପୁର ଦ୍ୱାରା ମେଘା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯୋଜନା ଅଧୀନରେ ଉଲୁଣ୍ଡା ଗଣ୍ଡାବାହାଲ ଠାରେ ନିର୍ମାଣଧୀନ ଓଭରହେଡ଼ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ୟ୍ୟର ଅଗ୍ରଗତି ପରିଦର୍ଶନ ସହ କାର୍ଯ୍ୟ ଅଗ୍ରଗତିର ସରଜମିନ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଶ୍ରୀମତୀ ଦାସ ପ୍ରକଳ୍ପ ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଶୀଘ୍ର ଶେଷ କରି ଜନସାଧାରଣଙ୍କୁ ଏହାର ସୁଫଳ ପହଞ୍ଚାଇବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି । ୪ ଲକ୍ଷ ୯୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ନିର୍ମାଣଧୀନ ଓବରହେଡ଼ ପାନୀୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଉଲୁଣ୍ଡା ଗ୍ରାମ ପଞ୍ଚାୟତର ୮୯୭୬ ଜଣଙ୍କ ପାଇଁ ଦୈନଦିନ ପାନୀୟ ଜଳ ଘରକୁ ଘର ଯୋଗାଣ ହୋଇପାରିବ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର, ବି.ଡି.ଓ ଉଲୁଣ୍ଡା କରିସ୍ମା ବେସ୍ରା, ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ତପନ କୁମାର ପ୍ରଧାନ, ପ୍ରୋଜେକ୍ଟ ମ୍ୟାନେଜର ଏମ୍.ଇ.ଆଇ.ଏଲ୍ ବିନୋଦ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ତଥା ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।