jayashree

ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୧୦୦ଦିନ ବ୍ୟାପି ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଏବଂ ଲିଙ୍ଗ ଭିତ୍ତିକ ହିଂସା ସଚେତନତା ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୧୦୦ ଦିନଆ ଯକ୍ଷ୍ମା ନିର୍ମୂଳ ଅଭିଯାନର ଆରମ୍ଭ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ସବୁଜ ପତାକା ଦେଖାଇ ନିକ୍ଷୟ ରଥର ଶୁଭାରମ୍ଭ କରିଛନ୍ତି । ୧୦୦ ଦିନିଆ କାର୍ଯ୍ୟକ୍ରମ ୭ ଡିସେମ୍ବର ୨୦୨୪ରୁ ଆରମ୍ଭ ହୋଇ ୧୭ ମାର୍ଚ୍ଚ ୨୦୨୫ ଯାଏଁ ଚାଲୁ ରହିବ ବୋଲି ଜଣାପଡ଼ିଛି । ରାଜ୍ୟର ୧୯ଟି ଜିଲ୍ଲାରେ ଏହି ଅଭିଯାନ ଜାରି ରହିଛି । ୧୦୦ ଦିନିଆ ଯକ୍ଷ୍ମା ମୁକ୍ତ ଅଭିଯାନ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ମମତା ଚୌଧୁରୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ପ୍ରଦୀପ୍ତ କୁମାର ସୁବୁଦ୍ଧି ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରାଜେଶ୍ୱର ରାଓ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ହିଂସା ଓ ଉତ୍ପୀଡ଼ନ ମୁକ୍ତ ସମାଜରେ ସମ୍ମାନର ସହ କିପରି ମହିଳା ଓ ଝିଅମାନେ ରହିପାରିବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ମହିଳାମାନେ ହିଂସାର ଶିକାର ପରେ କିପରି ନ୍ୟାୟ ପାଇ ପାରିବେ ଓ ସରକାରୀ ସ୍ତରରେ କଣ ସୁବିଧା ରହିଛି ସେ ବାବଦରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପୀଡ଼ିତା ମହିଳାଙ୍କୁ ଆଇନଗତ, ମାନସିକ ଓ ଆଶ୍ରୟ ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଖୀ କେନ୍ଦ୍ର ରହିଛି । ଏଥିପାଇଁ ୧୮୧/୧୧୨ରେ ଯୋଗାଯୋଗ କରିପାରିବେ । ୧୦୦ ଦିନରେ ପ୍ରତି ୪ ବ୍ଲକକୁ ନେଇ ନିକ୍ଷୟ ରଥ ବୁଲିବ । ଏହି ଅଭିଯାନ ସମୟରେ ପ୍ରତ୍ୟେକ ମୃତ୍ୟୁର ଅଡିଟ କରାଯିବ । ତତ୍‌ସହିତ ବିଭିନ୍ନ ସଚେତନତା କର୍ଯ୍ୟକ୍ରମମାନ କରାଯିବ ।

Leave A Reply

Your email address will not be published.