csstore

ଟାଟା ପାୱାର ଏସ୍‌ଡିଓ ଅଫିସରେ ଲଟେରୀ ବିଜେତାଙ୍କୁ ପୁରସ୍କାର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଟାଟା ପାୱାର ଏସ୍‌ଡିଓ ଅଫିସରେ ଗୁରୁବାର ଲଟେରୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଏସ୍‌ଡିଓ ମନରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ବଡ ଶତପଥି, ଜେଇ ସୁଜୟ ତିରିରକି ଯୋଗଦେଇ ଲଟେରୀ ୧ମ ବିଜେତା ଫ୍ରେଜରପୁର ଗ୍ରାମର ଜଗବନ୍ଧୁ ଭୋଇଙ୍କୁ ଗୋଟିଏ ଫୋନ, ୨ୟ ବିଜେତା ପାଇକମାଲ ଗ୍ରାମର ମନବୋଧ ରଣାଙ୍କୁ ଗୋଟିଏ ମ୍ୟୁଜିକ ସିଷ୍ଟମ ବକ୍ସ, ୩ୟ ବିଜେତା ଝାରବନ୍ଧ ଗ୍ରାମର ବୈଲୋଚନ ପ୍ରଧାନଙ୍କୁ ଗୋଟିଏ ସୋଲାର ଲେମ୍ପ ପ୍ରଦାନ କରାଯାଇଥିଲା । ଯେଉଁ ବିଦ୍ୟୁତ ଗ୍ରାହକମାନେ ପ୍ରତିମାସ ରିବେଟ ପିରିଅଡ ମାଧ୍ୟରେ ବିଲ ପୈଠ କରନ୍ତି, ସେହି ଗ୍ରାହକ ମାନଙ୍କ ମଧ୍ୟରୁ ପ୍ରତି ସବଡ଼ିଭିଜନରେ ତିନି ଗୋଟି ଲଟେରୀ ଉଠାଇ ତିନି ଜଣଙ୍କୁ ପୁରସ୍କୃତ କରାଯାଏ ବୋଲି ଏସ୍‌ଡିଓ ଶ୍ରୀ ନାୟକ କହିଛନ୍ତି । ଏହି ପୁରସ୍କାର ବିତରଣୀ ସଭାରେ ସୁରଥ ସାହୁ, ନିରୋଜ ପାଣୀ, ଶଶାଙ୍କ ସାହୁ, ଅଶ୍ୱିନୀ ପ୍ରଧାନ, ବିଶ୍ୱ ପ୍ରଧାନ ପ୍ରମୁଖ ବିଦ୍ୟୁତ ଗ୍ରାହକ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.