ଡିସେମ୍ବର ୧୪ରୁ ଦୁର୍ଗେଇ ଖୋଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ଼୍ୟାମ ପରିସରରେ ରଞ୍ଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଦୁର୍ଗେଇ ଖୋଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୧୪ରୁ ୧୫ ତାରିଖ ଯାଏଁ ଦୁର୍ଗେଇ ଖୋଲ ଯାତ୍ରା ହେବ ବୋଲି ମାଁ ଦୁର୍ଗେଇ ଦେବୀ ପୂଜା ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କିପରି ପୂଜାର୍ଚ୍ଚନା କରିବା, ଶାନ୍ତିଶୃଙ୍ଖଳା, ଭକ୍ତମାନଙ୍କ ସୁବ୍ୟବସ୍ଥା, ଦେବୀଙ୍କ ମନ୍ଦିର ଓ ପାଞ୍ଚପାଲିର କିପରି ବିକଶିତ ହେବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ ମନଭଙ୍ଗ, କୁଢାରୀଫସା, ଲଉଡମାଳ, ମୋତିପାଲି, ପତ୍ରାପାଲି, ପିପଲଖୁଣ୍ଟା, ବିଜୟନଗର, ଲୁକୁପାଲି, ମନ୍ମଥପାଲି, ନୂଆଗାଁ ଓ ମିଠାପାଲି ଗ୍ରାମପଞ୍ଚାୟତର ଜନ ସାଧାରଣ ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଯାତ୍ରାଟି ପୂର୍ବ ବିଧି ଅନୁଯାୟୀ ଡ଼ିସେମ୍ବର ୧୩ ତାରିଖ ଦିନ ଉପାସନା, ୧୪ ତାରିଖ ଦିନ ପ୍ରାତଃ ୮ ଘ. ପୂଜାର୍ଚ୍ଚନା ଆରମ୍ଭ ରାତ୍ରି ୧୨ ଘ. ବଳିଭୁଜା, ୧୫ ତାରିଖ ଦିନ ଦେବୀଙ୍କ ପୀଠରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ମାଁ ଦୁର୍ଗେଇ ଦେବୀ ପୂଜା ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ଡେ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମ୍ପାଦକ ବେଣୁଧର ମଲ୍ଲିକ, କୋଷାଧ୍ୟକ୍ଷ ହିରଣ୍ୟ ମଲ୍ଲିକ, ପୂଝାରୀ ସୁବାଷ ମଲ୍ଲିକ, ସବିତା ମଲ୍ଲିକ, ନାରାୟଣ ମଲ୍ଲିକ, ତ୍ରିନାଥ ମଲ୍ଲିକ, ଗୋପାଳ ଦାସଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.