ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ଢୋଲମାନ୍ଦଳ ସେକ୍ସନ ବାନ୍ଧନପାଲି ଗାଁ ରାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ୩ ଜଣ ବନ କର୍ମଚାରୀ ଗୁରୁତର । ଘଟଣାସ୍ଥଳରେ ବନବିଭାଗ ଟିମ ପହଂଚି ଗୁରୁତର ବନ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରି ପ୍ରଥମେ ତୁରେକେଲା ହସ୍ପିଟାଲ ଓ ପରେ ଅଧିକ ଗୁରୁତର ହେବାରୁ ବଲାଙ୍ଗିରକୁ ସ୍ଥାନାନ୍ତର କରିଥିଲେ । ଗୁରୁତର ତିନି ଜଣ ହେଲେ କଣ୍ଟାବାଞ୍ଜି ରେଞ୍ଜର ପାରା ସ୍କ୍ୱାର୍ଡ ପ୍ରଶାନ୍ତ ନାଏକ, ଗଜସାଥି ସହଯୋଗୀ କର୍ମଚାରୀ ରୁପେଶ ଛତ୍ରିଆ ଓ ବଙ୍ଗୋମୁଣ୍ଡା ରେଞ୍ଜର ବନ୍ୟ ସ୍କ୍ୱାର୍ଡ ତାରେଶ୍ୱର ରଣା । ଏହି ୩ ଜଣଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଥିଲା । ଗୁରୁତରଙ୍କ ମଧ୍ୟରେ ରୁପେଶ ଛତ୍ରିଆ (୩୮)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।