ଡା‌କ୍ତର‌ଙ୍କ ବଦଳିକୁ ନେଇ ଜୋର‌ ଧରିଲା ଜନ ଅସ‌ନ୍ତୋଷ

ଗୁଡଭେଲା, (ଅଜିତ କୁମାର ସାହୁ) : ଗୁଡଭେଲା ଡାକ୍ତରଙ୍କ ବଦଳିକୁ ନେଇ ଜୋର ଧରିଛି ଜନ ଅସେ‌ନ୍ତାଷ ।
ଡାକ୍ତରଙ୍କ ବଦଳିକୁ ବାତିଲ କରିବା ଦାବିରେ ଗୁଡଭେଲା ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସ୍ଥାନୀୟ ବାସିନ୍ଦା ଧାରଣା ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ଗତ ୨ ଦିନ ତଳେ ସଇଁ‌ନ୍ତଲା ବ୍ଲକ୍ ବୁଡ଼ାବାହାଲରେ ନୂତନ ଭାବରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିଛି । ଗୁଡଭେଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଡ଼ାକ୍ତର ଧରୁଆଙ୍କୁ ବୁଡ଼ାବାହାଲକୁ ଡେପୁଟେସନରେ ପଠାଯାଇଥିବା ବେଳେ ଗୁଡ଼ଭେଲା ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ଡ଼ାକ୍ତର ନିହାତି ଦରକାର । ତୁରଂତ ଡାକ୍ତରଙ୍କ ବଦଳି ଆଦେଶକୁ ବାତିଲ କରାନଗଲେ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.