jayashree

ଆଇ.ଆର.ଇ.ଏଲ. ପକ୍ଷରୁ ଖଣି ସୁରକ୍ଷା ସପ୍ତାହ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ ଆଇ.ଆର.ଇ.ଏଲ.(ଇଣ୍ଡିଆ) ସୌଜନ୍ୟରେ ଖଣି ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଆଇ.ଆର.ଇ.ଏଲ.(ଇଣ୍ଡିଆ) ଏବଂ ଓସ୍କୋମ୍ ମୁଖ୍ୟ ତଥା ଜେନେରାଲ ମ୍ୟାନେଜର ସି.ଭି.ଆର. ମୂର୍ତ୍ତୀ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖଣି ଉତ୍ତୋଳନ କରିବା ଏବଂ ଖଣିର ଖନନ ପରେ ସେହି ସ୍ଥାନ ସୁରକ୍ଷାକୁ ପ୍ରତି ଦୃଷ୍ଟି ଦେବା ସାଂଗକୁ ଖଣିଜ ସମ୍ପଦ ର ସୁରକ୍ଷା କରିବା ଦିଗରେ ଆଲୋକପାତ କରିଥିଲେ । ଖଣି ବିଭାଗର ସାଧାରଣ ପରିଚାଳକ ଉମେଶ କୁମାର ଭାସ୍କର, ମ୍ୟାନେଜର (ଖଣି)ରାଜେଶ୍ କୁମାର ସାହୁ, ମ୍ୟାନେଜର (ମେକାନିକାଲ) ତ୍ରିବିକ୍ରମ ପଣ୍ଡା, ମ୍ୟାନେଜର ଇଲେକ୍ଟ୍ରିକାଲ ଶିବାନନ୍ଦ ଚକ୍ର, ଓସ୍କୋମ୍ ଏବଂ ଆର.ଇ.ଇ.ପି. ମୁଖ୍ୟ କେ.କେ. ପାତ୍ର, ସାଧାରଣ ପରିଚାଳକ ଗତି କୃଷ୍ଣ ନାୟକ (ଖଣି ବିଭାଗ ଓ ଲୋକସମ୍ପର୍କ) ପ୍ରମୁଖ ଯୋଗଦେଇ ଆଇ.ଆର.ଇ.ଏଲ.(ଇଣ୍ଡିଆ) ପ୍ରତିଷ୍ଠାନର ଖଣିଜ ସମ୍ପଦର ସଂରକ୍ଷଣ ଓ ସୁରକ୍ଷା ଦିଗରେ ଆଲୋକପାତ ଓ ଦିଗଦର୍ଶନ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ଅବସରରେ ଅନୁଷ୍ଠିତ ନାଟକ “ଟିକେ ଭୁଲ୍ ପାଇଁ” ମଞ୍ଚସ୍ଥ ହୋଇଥିଲା । ମଞ୍ଚସ୍ଥ ନାଟକ ସମସ୍ତଙ୍କୁ ମୁଗ୍ଧ କରିଦେଇଥିଲା । ନାଟକର ଲେଖକ ଓ ନିର୍ଦ୍ଦେଶକ ଦୈତାରୀ ସେଠୀଙ୍କୁ ଆଇ.ଆର.ଇ.ଏଲ. ପ୍ରଶାସନ ତରଫରୁ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ଵ ଭାବେ ତାଙ୍କୁ ମାନପତ୍ର ସହ ପୁରସ୍କାରରେ ସମ୍ୱର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.