ନୂଆଦିଲ୍ଲୀ ସ୍ଥିତ କୃଷି ଭବନରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ମନରେଗା ସମୀକ୍ଷା ବୈଠକ ଅନୁଷ୍ଠିତ
• ଯୋଜନାର ଫଳପ୍ରଦତା ବୃଦ୍ଧି ପାଇଁ ଅଭିନବ ଉପାୟ ଏବଂ ସଂସ୍କାରକୁ ପ୍ରୋତ୍ସାହିତ କରିବା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱାରୋପ
• ସମୁଦାୟ ୧୮୭.୫ କୋଟି ମାନବ ଦିବସ ସୃଷ୍ଟି ହୋଇଛି, ଯାହା ୪.୬ କୋଟି ଗ୍ରାମୀଣ ପରିବାରକୁ ରୋଜଗାର ପ୍ରଦାନ କରିଛି
• ପ୍ରାୟ ୯୭% ପାଣ୍ଠି ସ୍ଥାନାନ୍ତର ଆଦେଶ (ଏଫ୍ଟିଓ) ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଠିକ୍ ସମୟରେ ମଜୁରି ପ୍ରଦାନ ସୁନିଶ୍ଚିତ କରୁଛନ୍ତି
• ଏହାର ପରିମାଣ ୭୪,୭୭୦.୦୨ କୋଟି ଟଙ୍କା ଯୋଜନାର ସୁରୁଖୁରୁରେ କାର୍ଯ୍ୟକାରିତା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅର୍ଥ ପ୍ରଦାନ କରାଯାଇଛି
• ଗତ ପାଞ୍ଚ ବର୍ଷ ଧରି ଏହି ଯୋଜନାରେ ମହିଳାଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ୫୦% ରୁ ଅଧିକ ରହିଛି
• ୯୯% ମଜୁରି ଆଧାର ଆଧାରିତ ପେମେଣ୍ଟ ସିଷ୍ଟମ ଜରିଆରେ ବଣ୍ଟନ କରାଯାଉଛି
• ଏହି ଯୋଜନା ଅଧୀନରେ ସୃଷ୍ଟି ହୋଇଥିବା ସମସ୍ତ ସମ୍ପତ୍ତିର ଜିଓଟ୍ୟାଗ୍ ହୋଇଛି, ବର୍ତ୍ତମାନ ସୁଦ୍ଧା ୬.୧୮ କୋଟିରୁ ଅଧିକ ସମ୍ପତ୍ତି ଜିଓଟ୍ୟାଗ୍ କରାଯାଇଛି
• ୨୦୨୪ ଅକ୍ଟୋବର ମାସରେ ଏନ୍ଏମ୍ଏମ୍ଏସ୍ ଆପ୍ ବ୍ୟବହାର ମାଧ୍ୟମରେ ପାଖାପାଖି ୯୬% ଉପସ୍ଥାନ ହାସଲ କରାଯାଇଛି
• ମୋଟ ୭୪୦ଟି ଜିଲ୍ଲା ମଧ୍ୟରୁ ୫୯୩ (୮୦%) ଜିଲ୍ଲାରେ ଲୋକପାଳ ନିୟୋଜିତ ରହିଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ର କାର୍ଯ୍ୟକାରିତା ଆକଳନ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀର କୃଷି ଭବନଠାରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ସମେତ ଡିଭିଜନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଯୋଜନାର ସଫଳତାକୁ ପ୍ରଶଂସା କରିବା ସହିତ ଯୋଜନାର ଫଳପ୍ରଦତା ବୃଦ୍ଧି ପାଇଁ ଅଭିନବ ଉପାୟ ଏବଂ ସଂସ୍କାରକୁ ପ୍ରୋତ୍ସାହିତ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ମନରେଗା ଅଧୀନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ପାଣ୍ଠିର ଅପବ୍ୟବହାର ରୋକିବା, ହିତାଧିକାରୀଙ୍କ ସହ ଜବ୍ କାର୍ଡର ହେପାଜତ ସୁନିଶ୍ଚିତ କରିବା ଏବଂ କାର୍ଯ୍ୟସ୍ଥଳରେ ଯନ୍ତ୍ରପାତି ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ପଦକ୍ଷେପ ନିଆଯିବ । ମନରେଗା ଅଧୀନରେ ୨୦୨୪-୨୫ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛି । ସମୁଦାୟ ୧୮୭.୫ କୋଟି ବ୍ୟକ୍ତି ଦିବସ ସୃଷ୍ଟି ହୋଇଛି, ଯାହା ୪.୬ କୋଟି ଗ୍ରାମୀଣ ପରିବାରକୁ ରୋଜଗାର ପ୍ରଦାନ କରିଛି । ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏହି ଯୋଜନାର ଭୂମିକାକୁ ପ୍ରତିଫଳିତ କରି ୫୬ ଲକ୍ଷରୁ ଅଧିକ ସମ୍ପତ୍ତି ସୃଷ୍ଟି କରାଯାଇଛି । ମୋଟ ଖର୍ଚ୍ଚର ପ୍ରାୟ ୪୪% ଏବଂ ୫୫% କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପ ଏବଂ ବ୍ୟକ୍ତିଗତ ହିତାଧିକାରୀ କାର୍ଯ୍ୟରେ ଖର୍ଚ୍ଚ ହୋଇଛି, ଯାହା ଗ୍ରାମାଞ୍ଚଳରେ କୃଷି ଉପରେ ଧ୍ୟାନ ଦେବା ଏବଂ ଦୁର୍ବଳ ପରିବାରମାନଙ୍କ ପାଇଁ ଜୀବିକା ସୁଯୋଗ ବୃଦ୍ଧିକୁ ସୂଚାଇଥାଏ । ପ୍ରାୟ ୯୭% ପାଣ୍ଠି ସ୍ଥାନାନ୍ତର ଆଦେଶ (ଏଫ୍ଟିଓ) ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଠିକ୍ ସମୟରେ ମଜୁରି ପ୍ରଦାନ ସୁନିଶ୍ଚିତ କରି ଠିକ୍ ସମୟରେ ପ୍ରଦାନ କରାଯାଉଛି । ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୭୪,୭୭୦.୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ ସର୍ବାଧିକ ପାଣ୍ଠି ପ୍ରଦାନ କରାଯାଇଥିବା ରାଜ୍ୟଗୁଡ଼ିକ ହେଲା ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ବିହାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲଙ୍ଗାନା ଏବଂ ଓଡ଼ିଶା । ଉଲ୍ଲେଖଯୋଗ୍ୟ, ଗତ ୫ ବର୍ଷ ଧରି ଏହି ଯୋଜନାରେ ମହିଳାଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ୫୦% ରୁ ଅଧିକ ରହିଛି, ଯାହା ଏହି ଯୋଜନା ଅଧୀନରେ ମହିଳା ସଶକ୍ତୀକରଣର ଅନ୍ତର୍ଭୁକ୍ତୀକରଣ ଏବଂ ବୃଦ୍ଧି ଉପରେ ଆଲୋକପାତ କରୁଛି । ପ୍ରାକୃତିକ ସମ୍ପଦ ପରିଚାଳନା (ଏନ୍ଆର୍ଏମ୍) ଏବଂ କୃଷି ସମ୍ବନ୍ଧୀୟ କାର୍ଯ୍ୟକଳାପରେ ହସ୍ତକ୍ଷେପ ଦ୍ୱାରା ଜଳ ଚାପଗ୍ରସ୍ତ ବ୍ଲକଗୁଡିକରେ ଯଥେଷ୍ଟ ହ୍ରାସ ଘଟିଛି । ୨୦୧୭-୧୮ ଆର୍ଥିକ ବର୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ଏଭଳି ବ୍ଲକ ସଂଖ୍ୟା ୨୨୬୪ରୁ ୧୪୫୬କୁ ହ୍ରାସ ପାଇଥିବା ବେଳେ ୧୮ଟି ରାଜ୍ୟର ୧୯୯ଟି ଜିଲ୍ଲାର ୧୫୧୯ଟି ବ୍ଲକକୁ ଜଳ ଚାପ ତାଲିକାରୁ ବାଦ୍ ଦିଆଯାଇଛି । ଏହା ଜଳ ଅଭାବରୁ ଜଳ ନିରାପତ୍ତାକୁ ପରିବର୍ତ୍ତନ କରିବାରେ ମନରେଗାର ସଫଳତାକୁ ପ୍ରତିଫଳିତ କରେ । ଏହି ଯୋଜନାରେ ଅନେକ ଆଇଟି ପଦକ୍ଷେପ ନିଆଯାଇଛି । ମଜୁରିର ୯୯% ଆଧାର ଆଧାରିତ ପେମେଣ୍ଟ ସିଷ୍ଟମ ଜରିଆରେ ପ୍ରଦାନ କରାଯାଏ । ଏହି ସ୍କିମ୍ ଅଧୀନରେ ସୃଷ୍ଟି ହୋଇଥିବା ସମସ୍ତ ସମ୍ପତ୍ତି ଜିଓଟ୍ୟାଗ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ୬.୧୮ କୋଟିରୁ ଅଧିକ ସମ୍ପତ୍ତି ଜିଓଟ୍ୟାଗ୍ କରାଯାଇଛି । ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟସ୍ଥଳୀ (ବ୍ୟକ୍ତିଗତ ହିତାଧିକାରୀ କାର୍ଯ୍ୟବ୍ୟତୀତ)ରେ ଶ୍ରମିକଙ୍କ ଉପସ୍ଥିତି ଆକଳନ କରିବା ପାଇଁ ନ୍ୟାସନାଲ ମୋବାଇଲ ମନିଟରିଂ ସିଷ୍ଟମ ଆପ୍ ବ୍ୟବହାର କରାଯାଉଛି ଏବଂ ଦିନକୁ ଦୁଇ ଥର ଜିଓ-ଟ୍ୟାଗ୍ ହୋଇଥିବା ଫଟୋ ମଧ୍ୟ ବ୍ୟବହାର କରାଯାଉଛି । ୨୦୨୪ ଅକ୍ଟୋବର ମାସରେ ଏନ୍ଏମ୍ଏମ୍ଏସ୍ ଆପ୍ ବ୍ୟବହାର ମାଧ୍ୟମରେ ପାଖାପାଖି ୯୬% ଉପସ୍ଥାନ ହାସଲ କରାଯାଇଛି । ଗ୍ରାମ ପଞ୍ଚାୟତ (ଜିପି) ସ୍ତରରେ ମହାତ୍ମା ଗାନ୍ଧୀ ଏନ୍ଆର୍ଇଜିଏସ୍ କାର୍ଯ୍ୟକଳାପର ସାମଗ୍ରିକ ଓ ବୈଜ୍ଞାନିକ ଯୋଜନାକୁ ସୁଗମ କରିବା ପାଇଁ ଏନ୍ଆର୍ଏସସି୍-ଇସ୍ରୋ ଦ୍ୱାରା ବିକଶିତ ଜିଆଇଏସ୍ ଭିତ୍ତିକ ଯୋଜନା ପୋର୍ଟାଲ୍ ଯୁକ୍ତଧାରା ଉପରେ ଆଞ୍ଚଳିକ ପ୍ରଶିକ୍ଷଣ ଦିଆଯାଉଛି । ଏହି ଆଇନର ବ୍ୟବସ୍ଥାକୁ ଅନୁସରଣ କରି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାମାଜିକ ଅଡିଟ୍ କରାଯିବା ଉଚିତ । ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାଧୀନ ସାମାଜିକ ଅଡିଟ୍ ନିର୍ଦ୍ଦେଶକ ନିଯୁକ୍ତ ହେବା ଉଚିତ୍ । ଯେଉଁ ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାଧୀନ ନିର୍ଦ୍ଦେଶକ ନାହାନ୍ତି ସେମାନେ ଯଥାଶୀଘ୍ର ସେମାନଙ୍କ ନିଯୁକ୍ତି ସୁନିଶ୍ଚିତ କରାଯିବ । ସେଗୁଡ଼ିକ ହେଲା ଅରୁଣାଚଳ ପ୍ରଦେଶ, ବିହାର, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ମଣିପୁର, ମିଜୋରାମ, ଉତ୍ତରାଖଣ୍ଡ ଓ ତେଲେଙ୍ଗାନା । ମୋଟ ୭୪୦ଟି ଜିଲ୍ଲା ମଧ୍ୟରୁ ୫୯୩ (୮୦%) ଜିଲ୍ଲାରେ ଲୋକପାଳ ସ୍ଥାନ ପାଇଛନ୍ତି । ଅବଶିଷ୍ଟ ୧୪୭ଟି ଜିଲ୍ଲାରେ ଲୋକପାଳଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅବସ୍ଥାପିତ କରାଯିବା ଦରକାର । ଏହି ଯୋଜନା ଅଧୀନରେ ବର୍ତ୍ତମାନର ମନିଟରିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବା ଦରକାର । ଏରିଆ ଅଫିସର ଆପ୍ ଜରିଆରେ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ତଦାରଖ ସୁନିଶ୍ଚିତ କରାଯିବା ସହ ଏହାକୁ ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ସହ ନୋଟିସ୍ ଜାରି କରାଯାଇ ପାରିବ । କେନ୍ଦ୍ରରୁ ଅଧିକାରୀମାନଙ୍କ ଦ୍ୱାରା ନିୟମିତ ଏବଂ ଗୁଣାତ୍ମକ କ୍ଷେତ୍ର ପରିଦର୍ଶନ ସୁନିଶ୍ଚିତ କରାଯିବ । ମିଶନ ଅମୃତ ସରୋବର ଅଧୀନରେ ୬୮,୦୦୦ ରୁ ଅଧିକ ଅମୃତ ସରୋବର ସୃଷ୍ଟି କରାଯାଇଛି । ଅମୃତ ସରୋବର ଭାବେ ଜଳାଶୟ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ଏହି ମିଶନ ଜାରି ରହିବ ।