csstore

୯ ଜଣ ବେଆଇନ ଦାଦନ ଶ୍ରମିକ ଉଦ୍ଧାର : ଦାଦନ ସର୍ଦ୍ଦାର ଗିରଫ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଦିନକୁ ଦିନ ରାଜ୍ୟରେ ବେଆଇନ ଦାଦନ ଚାଲାଣ ବଢ଼ିବାରେ ଲାଗିଛି । ଆଜି ସକାଳୁ ବେଲପଡା ପୋଲିସ ୩ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଘଟଣାର ୧୨ ଘଣ୍ଟା ନ ପୁରୁଣୁ କୌଣସି ସୂତ୍ରରୁ ବେଲପଡା ପୋଲିସ ୯ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି । ସେଥି ମଧ୍ୟରୁ ଜଣେ ପୁରୁଷ ଥିବା ବେଳେ ଆଠ ଜଣ ମହିଳା ଓ ତିନି ଜଣ ନାବାଳକ ଥିବା ଜଣାପଡ଼ିଛି । ଉକ୍ତ ଦାଦନ ଶ୍ରମିକମାନେ ଲରମ୍ଭା ଥାନା ଅଇଁଲାଟୁଙ୍ଗା ଗାଁ ଓ ଲୋଇସିହାଂ ଥାନା ଝାଙ୍କରପାଲି ଗାଁର ବୋଲି ଜଣାପଡ଼ିଛି । ଉକ୍ତ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ନେଉଥିବା ସମୟରେ କାନୁଟ ଗ୍ରାମ ଠାରେ ବେଲପଡା ପୋଲିସ ସେମାନଙ୍କୁ କାବୁ କରିଥିବା ବେଳେ ଦାଦନ ସର୍ଦ୍ଦାର ତପନ ମହାନନ୍ଦଙ୍କୁ ଗିରଫ କରି ଅଧିକ ପଚାରାଉଚରା କରୁଥିବା ବେଲପଡା ଥାନା ଅଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.