csstore

ଅର୍ଥନୀତି ଅଧ୍ୟାପକ ଡଃ କବିରାଜ ଭୋଇ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲର ଅର୍ଥନୀତି ଅଧ୍ୟାପକ କବିରାଜ ଭୋଇ, ତାଙ୍କର ସେବା, ଶିକ୍ଷା, ସାହିତ୍ୟ ଓ ଗ୍ରାମୀଣ ଅର୍ଥନୀତିରେ ଅବଦାନ ଯୋଗୁଁ ନିକଟରେ ଡଃ. ଏସ୍‌. ରାଧାକୃଷ୍ଣନ୍‌ ରିସାର୍ଚ୍ଚ ଏବଂ ଡବଲଭମେଣ୍ଟ ବେଙ୍ଗଲୁରୁ ଦ୍ୱାରା ମନୋନିତ ହୋଇ ୟୁନିଭରସିଟି ଅଫ୍‌ ସେଣ୍ଟ୍ରାଲ ଆମେରିକାରୁ ଡଃ. ଲିଟ ଉପାଧିରେ ଭୂଷିତ ହୋଇଛନ୍ତି । ଫଳରେ ଏ ଅଂଚଳର ଜନ ସାଦାରଣ ତଥା କଲେଜର ଛାତ୍ରଛାତ୍ରୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ଏ ଉପଲକ୍ଷେ ଜଗନ୍ନାଥ ଡିଗ୍ରୀ କଲେଜର ଅଧ୍ୟାପକଙ୍କ ପ୍ରକୋଷ୍ଠରେ ପରିଚାଳନା କମିଟିର ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଡଃ ଭୋଇଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ କଲେଜର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଭୋଇ ପରିଚାଳନା କମିଟିର ବରିଷ୍ଠ ସଭ୍ୟ ଚିତ୍ରସେନ ବଗର୍ତ୍ତୀ, ଅଧ୍ୟାପିକା ସଞ୍ଜିବ କୁମାର ପାତ୍ର, ପ୍ରମୋଦ କୁମାର ବରାଡ, ଶାନ୍ତନୁ କୁମାର ପାତ୍ର, ହିମାଂଶୁ ଶେଖର ବାରିକ, ବାସୁଦେବ ମଲ୍ଲିକ, ଅଧ୍ୟାପିକା ଜ୍ୟୋତିର୍ମୟୀ ତ୍ରିପାଠୀ, ନିଖିତା ଥପା, ମାନିନୀ ଭୋଇ, ନିବେଦିତା ପ୍ରଧାନ, ମଦନଲାଲ ପଣ୍ଡା, ସନାତନ ମିଶ୍ର, ଅରୁଣ କୁମାର ଯୋଷୀ, କିଶୋର ହୋତା, ବିଧୁଭୂଷଣ ପ୍ରଧାନ, ସଦାନନ୍ଦ ଡାଙ୍ଗ, ରଙ୍ଗାଧର ହୋତା, ଗୋବର୍ଦ୍ଧନ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଇତିହାସ ଅଧ୍ୟାପକ ସଞ୍ଜିବ କୁମାର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.