oom

ଗୋଷ୍ଠୀ ଜଙ୍ଗଲର ପରିଚାଳନା କମିଟି ଗଠନ ସକାଶେ ଗ୍ରାମସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବର ବ୍ଲକ ବୁଡେନ ଗ୍ରାମ ପଞ୍ଚାୟତର ବରଦାପାଲି ଗ୍ରାମରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ଶିରୋନାମା ପାଇଥିବା ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ସକାଶେ ଏକ କମିଟି ଗଠନ ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜବୋଡ଼ାସମ୍ବର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ସମ୍ମାନିତ ଅତିଥି ଭାବେ ବୁଡେନ ଗ୍ରାମ ପଞ୍ଚାୟତ ସରପଞ୍ଚ ନାରାୟଣ ମେହେର, ମୁଖ୍ୟବକ୍ତା ଭାବେ ଜଙ୍ଗଲ ସମ୍ବଳ ଅଧିକାର କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ବ୍ୟାସଦେବ ବାରିକ ଯୋଗ ଦେଇଥିବା ବେଳେ ଜଙ୍ଗଲ ସମ୍ବଳ ଅଧିକାର କାର୍ଯ୍ୟକ୍ରମର ପଦ୍ମପୁର ବ୍ଲକ ସଂଯୋଜକ ଫକୀର ରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗ୍ରାମସଭାରେ ଏକ ମଜବୁତ୍ ତଥା ସଶକ୍ତ ଜଙ୍ଗଲ ସମ୍ବଳ ପରିଚାଳନା କମିଟି ଗଠିତ ହେବା ସହ ଶିରୋନାମା ପାଇଥିବା ବଖିଲି ଜଙ୍ଗଲକୁ ବାଜା ସହ ଶୋଭାଯାତ୍ରାରେ ଯାଇ ପ୍ରବେଶ କରିବା ସହ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଙ୍କୀର୍ତ୍ତନ ମଲ୍ଲିକ, ତପନ ବରିହା, ତେଜମଣି ସାହୁ, ଦୟାନନ୍ଦ ସାହୁ, ତ୍ରିନାଥ ସାହୁ, ଗୋବର୍ଦ୍ଧନ ଭଏଁସା, ଅରବିନ୍ଦ ଶବର, ଚୈତନ୍ୟ ବରିହା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.