oom

ରାଜ୍ୟସ୍ତରୀୟ ପାଲା ସମ୍ମିଳନୀ ଆୟୋଜିତ

jsmm

ବଡ଼ଚଣା, (ପିତାମ୍ବର ଦୀପ) : ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲା ସଂସ୍କୃତି ବାହକ ଯୁବ ଗାୟକ ଏବଂ କଳାକାର ସଂଘ ପକ୍ଷରୁ ମଙ୍ଗଳବାର ରାଜ୍ୟସ୍ତରୀୟ ପାଲା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସଂଘର ସ୍ଥାୟୀ ସଭାପତି ଗାୟକ ପଶ୍ଚିମ ଯୁବ ସମ୍ରାଟ ଦେବରାଜ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ କଳାକାର ସାମିଲ ହୋଇ ନିଜ କଳାର ପ୍ରତିଭା ପ୍ରଦର୍ଶନ କରିବା ସହ ସମ୍ବର୍ଦ୍ଧିତ ହୋଇଥିଲେ । ପ୍ରାଚୀନ ଭବ୍ୟ ଏହି ବିଦଗ୍ଧ କଳା ହିଁ ପାଲା ତେବେ ଏହାର ପ୍ରଚାର ପ୍ରସାର ଓ ଲୋକାଭିମୁଖୀକୁ ନେଇ ବିଶେଷ ଆଲୋଚନା ହୋଇଥିଲା । ଆଧୁନିକ ଯୁଗରେ ଲୋକେ ପୁରାଣ କଥା, ରାମାୟଣ, ମହାଭାରତ, ଭଳି ପବିତ୍ର କାହାଣୀକୁ ବେଶ ଆଗ୍ରହୀ ନ ହୋଇ ଯୁବପିଢି ଅସମାଜିକ ପାଲଟି ଯାଇ ଅନେକକୁ କାର୍ଯ୍ୟ କରିବାରେ ଲିପ୍ତ ରହୁଛନ୍ତି । ଏହି ପାଲା ମାଧ୍ୟମରେ ଲୋକଙ୍କୁ ଶିକ୍ଷା, ସଚେତନ ଦେବା ସହ ଆଧୁନିକ ଯୁବପିଢିକୁ ଏକ ନୂଆଁ ସନ୍ଦେଶ ଦେବାର ମଧ୍ୟ ବିଶେଷ ଭୂମିକା ତଲାଇବାର ଏକ ପ୍ରମୁଖ ମାଧ୍ୟମ ବୋଲି ଗାୟକ ସୁଧାକର ଯୁଧିଷ୍ଠିର ପରିଜା ମତ ବ୍ୟକ୍ତ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ସିଦ୍ଧାନ୍ତ ଦର୍ଶୀ ମଦନ ମୋହନ ଜେନା, ସଂଘ ଉପ ସଭାପତି ଗାୟକ ଜ୍ଞାନ ଭୂଷଣ ସାହୁ, ସମ୍ପଦକ ଗାୟକ ଯୁବ ଭାସ୍କର ସତ୍ୟବ୍ରତ କର, ସହ ସମ୍ପାଦକ ଗାୟକ ଜ୍ଞାନଞ୍ଜନ ରଞ୍ଜନକୁମାର, ସଂଯୋଜକ ଗାୟକ ନଚିକେତା ଭବାନୀ ଶଙ୍କର ଜେନା, ମଦନ ମୋହନ ଜେନା, କମିନି ସାହୁ, ବିଶ୍ୱନାଥ ଦାସ, ଜ୍ଞାନ ଭୂଷଣ ଅଭିମନ୍ୟୁ ସାହୁ ଗାୟକ ମଞ୍ଜୁଳ ସୁଶୀଲ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କର ପଟ୍ଟଚିତ୍ର ପ୍ରଦାନ କରାଯାଇ ଥିଲା । ଅନେକ ମାନ୍ୟଗଣ୍ୟ ବ୍ୟକ୍ତି କବି କଳାକାର, ସାହିତ୍ୟିକ, ଦର୍ଶକ ଏହି କାର୍ଯ୍ୟକ୍ରମକୁ ଭରପୁର ମନରଞ୍ଜନ କରିବା ସହ ଭୁରି ପ୍ରଶଂସା ମଧ୍ୟ କରିଥିଲେ । ପଶ୍ଚିମ ଓଡ଼ିଆର ଇପାନ୍ତ ଆଦିବାସୀ ଅଂଚଳର ଜଣେ ଉଦୟମାନ ପଲଗାୟକ ଦେବରାଜ ପଣ୍ଡାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସଂଗଠନ ପୂର୍ବ ଓଡ଼ିଶାର ମହାନ ପ୍ରତିଭାକୁ ଏକତ୍ର କରି ଯେ ଭଳି ଏହି ସର୍ବ ପ୍ରାଚୀନ ବିଦଗ୍ଧ କଳା ଲୋକଙ୍କ ଆଦର ଓ ପ୍ରଶଂସନୀୟ ହୋଇପାରିବ ସେଥିପାଇଁ ସମୟ ଦେଇ କଳାକୁ ଆଗକୁ ନେବାକୁ ପ୍ରୟାସ କରୁଥିବାରୁ ଉପସ୍ଥିତ ସମସ୍ତେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

jittmm
Leave A Reply

Your email address will not be published.