ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଭୋଟର ତାଲିକା ଅଭିଯାନ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସ୍ୱତନ୍ତ୍ର ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶ କ୍ରମ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସୁବ୍ରତ ରାମ ବିରାମ ଶତପଥିଙ୍କ ସହିତ ଏକ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍ ମହାବିଦ୍ୟାଳୟକୁ ଯାଇ ଭୋଟର ହେଲ୍ପ ଲାଇନ୍ ଆପ୍ ଦ୍ଵାରା କିପରି ତାଙ୍କର ନାମ ପଞ୍ଜିକରଣ କରିପାରିବେ ତାହା ଉପରେ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରୀ ଯୋଗଦେଇ ଭୋଟର ଆପ ଦ୍ଵାରା ପଞ୍ଜିକରଣ କରିଥିଲେ । ଏହି ପଞ୍ଜିକରଣ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନିବେଦିତା ମହାପାତ୍ର ଓ ଅଧ୍ୟାପକମାନେ ଯୋଗ ଦେଇଥିଲେ ।