jayashree

ସହେଯାଗ ଫାଉଣ୍ଡେସନ ଦ୍ୱାରାଏକ ନିଆରା କାର୍ଯ୍ୟକ୍ରମ

  • ମରୋଣପରାନ୍ତ ନେତ୍ରଦାନ କରିବେ ୫୩ ଜଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହେଯାଗ ଫାଉଣ୍ଡେସନର ଏକ କାର୍ଯ୍ୟକ୍ରମରେ ସଂଘର ୫୩ ଜଣ ସଦସ୍ୟ ମରୋଣପାଣାନ୍ତ ଚକ୍ଷୁଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି । ଯାହା ସମାଜକୁ ମହାନ ବାର୍ତ୍ତା ଦେବା ସହ ଆବଶ୍ୟକ ସ୍ଥଳେ ରୋଗୀଙ୍କ ଜୀବନରେ ନୂଆଁ ସୁରୁଜ ଉଦୟ କରିବାରେ ସମ୍ଭବ ହେବ ବୋଲି ସଂଘ କହିଛି । କାର୍ଯ୍ୟକ୍ରମ ସଂଯୋଜକ ରାମ ନାରୟଣ ଦାଶ ଏହି ପ୍ରୟାସକୁ ଆଶାର ଆଲୋକ ବୋଲି ବର୍ଣ୍ଣନା କରି ଅଧିକରୁ ଅଧିକ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଡିହେବା ପାଇଁ ଆହ୍ୱାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ସଫଳତା ପଛରେ ସୁଶାନ୍ତ ପାତ୍ର, ମହାବୀର ମିଶ୍ର, ଅର୍ତ୍ତତ୍ରାଣ ପାଢୀ, ସୁଦୀପ୍ତା ତ୍ରିପାଠୀ ଓ ନିହାରିକା ବେଶ ସହେଯାଗ କରିଥିଲେ । ଫାଉଣ୍ଡେସନର ସଂପାଦିକା ପିଙ୍କି ମୋଦି ଏଭଳି ବିଭୀନ୍ନ ଶିବିର ଆୟୋଜନ ଦ୍ୱାରା ସମାଜରେ ପରିର୍ତ୍ତନ ଆଣିବା ପ୍ରତିଷ୍ଠାନର ମିଶନ ବୋଲି କହିଥିଲେ । ସହଯୋଗ ଫାଉଣ୍ଡେସନର ନିୟମିତ କାର୍ଯ୍ୟକଳାପରେ ପ୍ରତି ରବିବାର ଦିନ ଜିଲ୍ଲା ଚିକିତ୍ସାଳୟରେ ଖାଦ୍ୟ ବଣ୍ଟନ, ପୋଷାକ ଓ ପୁସ୍ତକ ବଣ୍ଟନ, ସ୍ୱାସ୍ଥ୍ୟ ଶିବର, ଅକ୍ସିଜେନ ସିଲିଣ୍ଡନ୍‌ ସିଲିଣ୍ଡର ସେବା ଓ ଜୀବନ ରକ୍ଷାକାରୀ ଆମ୍ମୁଲାନ୍ସ ସେବା ଅନ୍ତର୍ଭୁକ୍ତ । ଏହା ସହ ବିଭିନ୍ନ ଶିକ୍ଷା ପ୍ରଶିକ୍ଷଣ ମାଧ୍ୟମରେ ସମ୍ପ୍ରଦାୟରୁ ସଶକ୍ତି କରିବା ପାଇଁ ଅବିରତ ପ୍ରୟାସ ହୋଇଛି । ଏହି ଐତିହାସିକ କାର୍ଯ୍ୟକ୍ରମ ଏକା ଜୀବନକୁ ଛୁଇଁଲା ବରଂ ଅନେକ ଲୋକଙ୍କୁ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରେରିତ କରିଛି । ଯାହା ଉଦାରତା ଓ ସେବାର ସଂସ୍କୃତିକୁ ପ୍ରୋତ୍ସାହନ ଦେଇଛି ।

Leave A Reply

Your email address will not be published.