oom

ପଛୁଆବର୍ଗ ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳା ଉଦ୍ୟୋଗୀ ସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନଠାରେ ଗଞ୍ଜାମ ଜିଲ୍ଲା ପଛୁଆବର୍ଗ ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳା ଉଦ୍ୟୋଗୀ ସଂଘ ପକ୍ଷରୁ ସଭାନେତ୍ରୀ ତଥା ଓଡ଼ିଶା ଏସ୍‌ସି, ଏସ୍‌ଟି. ଏବଂ ଓ.ବି.ସି.ର ସଭାପତି ନୀଳନ୍ଦ୍ରୀ ପ୍ରଧାନଙ୍କ ପୌରହିତ୍ୟରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଆଇନଜୀବୀ ମଞ୍ଚାସୀନ ଥିବା ବେଳେ ମହିଳା ଉଦ୍ୟୋଗୀ ସଂଘ ବିକାଶ ନିମନ୍ତେ ସରକାରଙ୍କ ସମସ୍ତ ସମ୍ବିଧାନ ନିୟମ ଗୁଡିକକୁ ଆଲୋଚନ କରାଯିବା ଏବଂ ଏସ୍‌ସି, ଏସ୍‌ଟି., ଓ.ବି.ସି ମହିଳା ଉଦ୍ୟୋଗୀମାନେ କିଭଳି ସରକାରଙ୍କ ମୌଳିକ ଅଧିକାରରୁ ବଞ୍ଚିତ ନହେବେ ଏବଂ ମହିଳା, ପୁରୁଷ ସଶକ୍ତିକରଣ ଦିଗରେ ଅଗ୍ରସର ହେବା ଆବଶ୍ୟକ । ଏପରିକି ପଛୁଆବର୍ଗ ମହିଳାମାନେ ସମସ୍ତ ସୁବିଧା ସୁଯୋଗ ପାଇବେ ତାହା ସଚେତନତା ସୃଷ୍ଟି କରାଯିବା ଏବଂ ଆଲୋଚନା ହୋଇଥିଲା । ଏଭଳି କାର୍ଯ୍ୟକ୍ରମ ସାରା ଓଡ଼ିଶାର ସମସ୍ତ ଜିଲ୍ଲାରେ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଆୟୋଜିତ କରାଯାଇଛି ।

jittmm
Leave A Reply

Your email address will not be published.