csstore

ଦ୍ୱିତୀୟ ପର୍ଯ୍ୟାୟ ପ୍ରୟୋଗ ତାଲିମ ସମାପିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ୩ ଦିନିଆ ପ୍ରୟୋଗ ତାଲିମ କାର୍ଯ୍ୟକ୍ରମ ବାଳକ ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ଠାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶିଙ୍କ ମାର୍ଗ ଦର୍ଶନରେ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ, ଡିକୋଡିଂ, ପଠନ, ଲିଖନ ଓ ମୌଖିକ ଭାଷାର ବିକାଶ ଉପରେ ସାଧନକର୍ମୀ ମମତା ପଣ୍ଡା, ଅଞ୍ଜଳି ମାଝୀ, ଅନୁପ କୁମାର ଦାସ, ଅମରକାନ୍ତ ବେହେରା ତାଲିମ ପ୍ରଦାନ କରିଥିଲେ । ଏହି ତାଲିମରେ ଶିକ୍ଷୟିତ୍ରୀ ସବିତା ମହାପାତ୍ର, କୁସୁମ ନାଗ, ଶାନ୍ତିଲତା ଭୋଇ, ପୁଷ୍ପାଞ୍ଜଳି ମହାପାତ୍ର, ସଂଘମିତ୍ରା ପାଣିଗ୍ରାହୀ, ସବିତା ପାଣିଗ୍ରାହୀ, ଜୟନ୍ତୀ ଷଡ଼ଙ୍ଗୀ, ରୀନା ଦୀପ, ଶୋଭାଗିନି ମେହେର, ସୁଧା ଜାଲ, ସୀମା ମୁଗ୍ରୀ, ପ୍ରମିଳା ମାଝୀ, ଶାନ୍ତିପ୍ରିୟା ଦାସ, ଶିକ୍ଷକ ପ୍ରଦୀପ ପାଣିଗ୍ରାହୀ, ମୋହନ ମହାପାତ୍ର, ସୌରଭ ବେହେରା, ଡିଙ୍ଗର ମାଝୀ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.