csstore

ଶ୍ରୀ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମୋତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସତ୍ୟ ସାଇ ସେବା ସମିତି ଆନୁକୁଲ୍ୟରେ ଯୁଗାବତାର ଭଗବାନ ସତ୍ୟ ସାଇ ବାବାଙ୍କ ୯୯ତମ ପବିତ୍ର ଜନ୍ମୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସାମୁହିକ ଓଁକାର, ନଗର କୀର୍ତ୍ତନ, ସେବା, ପତାକା ଉତ୍ତୋଳନ, ଷୋଡ଼ଶ ଉପଚାର ପୂଜା, ଭଜନ, ବାବାଙ୍କ ପ୍ରତିମୂର୍ତ୍ତି ସହ ସୁସଜ୍ଜିତ ରଥରେ ନଗର ପରିକ୍ରମା, ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା, ସତ୍‌ସଙ୍ଗ ପରିଶେଷରେ ନାରାୟଣ ସେବା ସହିତ ସାମୁହିକ ପ୍ରସାଦ ସେବନ କରାଯାଇଥିଲା । ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଧନ୍ୟ ମନେ କରିଥିଲେ ।

jayashree
Leave A Reply

Your email address will not be published.