jayashree

ଆଇ.ଏଲ୍‌.ଏସ୍‌. ପକ୍ଷରୁ ନବରଙ୍ଗପୁରରେ ଜୈବ ପୁଷ୍ଟିଯୁକ୍ତ ମକା ଚାଷ ଉପରେ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (ପିଆଇବି) : ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ବ୍ରିକ୍ – ଆଇ.ଏଲ୍‌.ଏସ୍.) ଭୁବନେଶ୍ୱର ପକ୍ଷରୁ ଆଜି ନବରଙ୍ଗପୁରରେ ଜୈବ ପୁଷ୍ଟିଯୁକ୍ତ ମକା ଚାଷ ଉପରେ ଏକ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇ.ସି.ଏ.ଆର୍.- ସି.ଆଇ.ଏଫ୍‌.ଏ, ଆଇ.ସି.ଏ.ଆର୍ – ସି.ଟି.ସି.ଆର୍‌.ଆଇ ଏବଂ ଆଇ.ସି.ଏ.ଆର୍ – ସି.ଇ.ଏସ୍ ସହିତ ମିଶି ବ୍ରିକ୍ – ଆଇ.ଏଲ୍‌.ଏସ୍ ଭାରତ ସରକାରଙ୍କ ଜୈବ ପ୍ରଯୁକ୍ତି ବିଭାଗ (ଡିବିଟି) ଦ୍ୱାରା ପ୍ରାୟୋଜିତ ବାୟୋଟେକ୍ – କିଷାନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି । ପୂର୍ବ ଖରିଫ ଋତୁରେ, ବ୍ରିକ୍ – ଆଇ.ଏଲ୍‌.ଏସ୍ ୩୦ ଏକର ଜମିରେ ଏଚକ୍ୟୁପିଏମ୍ ୫ ମକା ଚାଷ ଆରମ୍ଭ କରିଥିଲା, ଯେଉଁଥିରେ ପ୍ରୋଭିଟାମିନ୍ ଏ ଏବଂ ଅତ୍ୟାବଶ୍ୟକ ଆମିନୋ ଏସିଡ୍ ପ୍ରଚୁର ମାତ୍ରାରେ ରହିଛି । କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର କୃଷକମାନଙ୍କ ଠାରୁ ଅଧିକ ଚାହିଦା ଥିବାରୁ ଚଳିତ ରବି ଋତୁରେ ଏହି ଅଞ୍ଚଳକୁ ୧୦୦ ଏକରକୁ ସମ୍ପ୍ରସାରିତ କରାଯିବ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ଭତରା, କୋଟପାଡ଼ ବିଧାୟକ ରୁପୁ ଭତରା, ନବରଙ୍ଗପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ସମେତ ଆଇଏଲଏସର ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.