pr

ଏକକ ଚିତ୍ରକଳା ପ୍ରଦର୍ଶନୀ କଲାଇ ଡୋସ୍କୋପ ଉଦ୍‌ଯାପିତ

dr. purohit

ସମ୍ବଲପୁର, (କେପିଏନ୍‌ଏସ୍‌) : ଗତ ୯ ତାରିଖରୁ ୧୦ ଦିନ ଧରି ପ୍ରଦର୍ଶିତ ହେଉଥିବା କବି ଲେଖକ ଅଭିନେତା ଚିତ୍ରଶିଳ୍ପୀ ଡାକ୍ତର ଦୀନବନ୍ଧୁ ସାହୁଙ୍କ ୨୦ତମ ଏକକ ଚିତ୍ରକଳା ପ୍ରଦର୍ଶନୀ କଲାଇ ଡୋ ସ୍କୋପ୍ ଆଜି ପୂର୍ବାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ଗୌରିଶଙ୍କର ସାହାଣୀ ପାର୍କ ସ୍ଥିତ ଓଡ଼ିଶା ଲଳିତ କଳା ଏକାଡେମୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଅନୁଷ୍ଠିତ ହୋଇଥିବା ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ଗାଳ୍ପିକ ସାହିତ୍ୟିକ ବାଗ୍ମୀ ଡ. ନୃପରାଜ ସାହୁ, କୁଳ ସଚିବ, ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଯୋଗଦାନ କରି ଡା. ସାହୁଙ୍କ ଏତାଦୃଶ ଉଦଯୋଗ ଆଗାମୀ ପୀଢ଼ି ପାଇଁ ଉଦାହରଣ ସୃଷ୍ଟି କରିବା ସହ ଶିଳ୍ପୀଙ୍କ ପ୍ରତିଭାକୁ ଆହୁରି ମୁଖର କରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜୀବର୍ଦ୍ଧନ ନାଏକ, ଅବସର ପ୍ରାଧ୍ୟାପକ, ମେଥ୍ ମେଟିକ୍ସ, ବିଶିଷ୍ଟ ଚିତ୍ରଶିଳ୍ପୀ ଅକ୍ଷୟ ସାମଲ, ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ସୁନ୍ଦର ମେହେର, ଡ଼ାକ୍ତର ନିବେଦିତା ସାହୁ, ଚକ୍ଷୁ ବିଶେଷଜ୍ଞ, କବି ଗୋପୀନାଥ ବାଗ, ବିଭାଗୀୟ ମୁଖ୍ୟ, ଓଡ଼ିଆ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବିଶିଷ୍ଟ ଚିତ୍ରଶିଳ୍ପୀ ନୃସିଂହ ନାଥ ନାୟକ, ଡା. ସାହୁଙ୍କ କଳାକୃତିର କଳାତ୍ମକତାକୁ ପ୍ରଶଂସା କରିବା ସହ ତାଙ୍କର ସାଧନା ଜାରି ରହୁ ଏବଂ ଦେଶ ବିଦେଶରେ ଖ୍ୟାତି ଲଭନ୍ତୁ ବୋଲି କହିଥିଲେ । ପେଶାରେ ଡାକ୍ତର ନିଶାରେ କିନ୍ତୁ ଚିତ୍ର ଆଙ୍କୁଥିବା ଡା. ସାହୁଙ୍କ ୪ ଶହରୁ ଊର୍ଦ୍ଧ୍ଵ ବିଭିନ୍ନ ଚିତ୍ରକୃତୀ ସ୍ଥାନ ପାଇଥିବା ବେଳେ ସ୍ପି ନିଂ, ଦି ବେଟେଲ୍ ୱିନର୍, ଇନ୍ସାଇଟ୍, ଦି ଡେନ୍ସିଂ ଟୟଜ୍, ଏଣ୍ଟ୍ରା ପେଡ ପ୍ରଭୃତି ପେଣ୍ଟିଂ ବହୁ ଆଦୃତ ହୋଇ କଳାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ଅବସରରେ ଏକ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଅବନ୍ତିକା ନାୟକ, ଅନୁରାଗ ବାରିକ, ଝରଣା ସେଠ୍, ସୁଗନ୍ଧା ବିଶ୍ୱାସ, ଅନୁପ୍ରଭା ବେହେରା, ଶିବାଂସି ଶାୟୁରି ଶତପଥିଙ୍କୁ ପୁରସ୍କୃତ କରାଯାଇ ଥିବାବେଳେ ଆସନ୍ତା ୨୭ ତାରିଖରେ ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଆରମ୍ଭ ହେବାକୁଥିବା ଚିତ୍ରକଳା ପ୍ରଦର୍ଶନୀ ଦୁର୍ଗା -୨ର ପୋଷ୍ଟର ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଗଲା । ପ୍ରଦର୍ଶନୀରେ ବିଶେଷ ଭାବରେ ସହଯୋଗ କରିଥିବା ହେତୁ ପ୍ରଶାନ୍ତ ମାଝୀ, ବନ୍ଦନା ପଣ୍ଡା, ବିଦ୍ୟାପତି ପ୍ରଧାନ ଏବଂ ସାଂସ୍କୃତିକା ପୁରୋହିତଙ୍କୁ ପ୍ରୀତିପୂର୍ଣ୍ଣ ସମ୍ଭର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ଡା. ସାହୁ ପରିଚାଳନା କରିଥିବା ବେଳେ ଗ୍ୟାଲେରୀର ତତ୍ତ୍ୱାବଧାରକ ବିଦ୍ୟାପତି ପ୍ରଧାନ ସହଯୋଗ କରିଥିଲେ । ଏଥିରେ ଅଞ୍ଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ କବି ଲେଖକ ସାହିତ୍ୟିକ, କଳାକାର କଳାପ୍ରେମୀ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.