jayashree

ଡ. ଶରଣାବିନ୍ଦ ଓଝାଙ୍କ ପ୍ରବଚନରେ ବିମୁଗ୍ଧ ଶ୍ରୋତା

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ ସ୍ଥିତ ଶ୍ରୀଜଗନ୍ନାଥ ବାବା ଆଖଣ୍ଡଳମଣି ଟ୍ରଷ୍ଟ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ କଥା ମାହାତ୍ମ୍ୟ ସମ୍ପର୍କରେ ଏକ ଦ୍ୱିଦିବସୀୟ ପ୍ରବଚନ କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସୁନାମଧନ୍ୟ ପ୍ରବଚକ ଡ. ଶରଣାବିନ୍ଦ ଓଝା ବଡ଼ଠାକୁରଙ୍କ ଲୀଳା ଖେଳା ସମ୍ପର୍କରେ ଆଲୋଚନା କରିଥିଲେ । ସେ ଉପସ୍ଥିତ ଶ୍ରୋତାଙ୍କୁ ଭକ୍ତ ବଳରାମ ଦାସଙ୍କ ଭକ୍ତି, ଗୁଣ୍ଡିଚା ଯାତ୍ରା କାହିଁକି ?, ବଡ଼ଠାକୁରଙ୍କ ୯ ଦିନ ଗୁଣ୍ଡିଚା ମନ୍ଦିରରେ ନବରାସ, ସୁନାବେଶ, ଅଧର ପଣା, ନିଳାଦ୍ରୀ ବିଜୟ ଓ ଲକ୍ଷ୍ମୀନାରାୟଣ କଳି, ନାରୀଙ୍କୁ ମନେଇବା ପାଇଁ ଶ୍ରୀଜଗନ୍ନାଥଙ୍କ ୩ ସୂତ୍ର ଯଥା ପ୍ରତ୍ୟାଖ୍ୟାନ, କ୍ରୋଧ ଓ ଶ୍ରଦ୍ଧା ସମର୍ପଣ ତଥା ମହାପ୍ରଭୁଙ୍କ ପାଇଁ ଏ ଜାତିର ତ୍ୟାଗ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ଟ୍ରଷ୍ଟର ସଭାପତି ଇଂ ଆଲୋକ ରଞ୍ଜନ ମଲ୍ଲିକ, ଡ. ସନାତନ ପ୍ରଧାନ, ବ୍ରଜେନ୍ଦ୍ର ଦାଶ, ଅମୂଲ୍ୟ ମିଶ୍ର, ବିନୟ ମହାନ୍ତି, ରାମକୃଷ୍ଣ ତ୍ରିପାଠୀ, ଅର୍ଜୁନ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା ।

Leave A Reply

Your email address will not be published.