pr

ନିଶାଶକ୍ତ କରି ଦୁଷ୍କର୍ମ : ଅଭିଯୁକ୍ତକୁ କୋର୍ଟ ଚାଲାଣ

dr. purohit

ତୁରେକେଲା, (ପିତାମ୍ବର ଦୀପ) : କାର୍ତ୍ତିକ ପୂର୍ଣ୍ଣିମା ସୀତା ଚୋରୀ କାର୍ଯ୍ୟକ୍ରମରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ତୁରେକେଲା ଥାନା ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ତୁରେକେଲା ଥାନା ଅନ୍ତର୍ଗତ ମହଖଣ୍ଡ ଗାଁର ହର ଜାଲ (୨୪) ଗତ ୧୪ ତାରିଖ ରାତିରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବଡବାଙ୍କୀ ପଂଚାୟତ ସାଲେମୁଡଗା ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲା, ସେହି ଗାଁର ଜଣେ ଯୁବତୀଙ୍କୁ ନିଶାଶକ୍ତ କରି ଦୁଷ୍କର୍ମ କରିଥିବା ଯୁବତୀ ଜଣକ ତୁରେକେଲା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ପରେ ପୋଲିସ ଯୁବକ ଜଣକୁ ଅଟକ ରଖି ପଚରାଉଚରା କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.