csstore

ଶ୍ରୀ ଲକ୍ଷ୍ମୀନୃସିଂହ ଦାସୁଡୁ ସେବା ଦଳ ପକ୍ଷରୁ ପବିତ୍ର ରାସ ପୂର୍ଣ୍ଣିମାରେ ଜୟଯାତ୍ରା ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ସେବା ନୃତ୍ୟ କଳା କେନ୍ଦ୍ର ଛତ୍ରପୁର ଏହି ଆଧ୍ୟାତ୍ମିକ ଭକ୍ତିବାଦ ସଂଗଠନ ପକ୍ଷରୁ ଶ୍ରୀ ସିଂହାଚଳମ୍ କ୍ଷେତ୍ର ପରିଦର୍ଶନ କରି ସଂକୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ହରିଙ୍କ ପ୍ରଚାର ହୋଇ ଛତ୍ରପୁର ଭାଗବତ ଗାଦିରେ ପବିତ୍ର ରାସ ପୂର୍ଣ୍ଣିମା ଦିନ ପାରିସମାପ୍ତି ହୋଇଯାଇଛି । ବୈଷ୍ଣବ ସମ୍ମତ ପରମ୍ପରା ଅନୁଯାୟୀ ପବିତ୍ର ଧର୍ମ ମାସ କାର୍ତ୍ତିକବ୍ରତ ପାଳନ କରାଯିବା ପୂର୍ବକ ଏହି ସଂଗଠନ ପକ୍ଷରୁ ପ୍ରତିବର୍ଷ କାର୍ତ୍ତିକ ମାସରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ଦାସୁଡୁ ସେବା ଦଳ ଶ୍ରୀ ସିଂହାଚଳମ୍ କ୍ଷେତ୍ର ପରିଦର୍ଶନରେ ଯାଇ ଭକ୍ତିଭାବ ପୂର୍ଣ୍ଣ ନେଇ ଶ୍ରୀ ହରିଙ୍କ ନାମ ଗାନ କରି ଯୁଗେ ଯୁଗେ ପ୍ରଭୁଙ୍କ ନାମ ସ୍ମରଣ କରି ସମାଜରେ ପ୍ରଚାର ପ୍ରସାର କ୍ଷେତ୍ରରେ ସର୍ବଦା ନିୟୋଜିତ ହୋଇଥାନ୍ତି । ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ସ୍ଥାପିତ ପ୍ରଭୁ ଶ୍ରୀ ନୃସିଂହ ଠାକୁରଙ୍କ ଭଗବତ ଗାଦି ପୀଠରେ ପ୍ରଭୁଙ୍କ ଲୀଳା ଓ ମହିମାଗାନ କରି ଶ୍ରୀ ହରିଙ୍କ ନାମ ପ୍ରଚାର ବଜାୟ ରଖି ଆସିଛନ୍ତି । ଏହି ସଂଗଠନର ଡାସୁଡୁ ଗୁରୁ ଡ଼ଃ. ଆର୍ ସତ୍ୟମ୍‌ ରେଡ୍ଡୀ ରାଜ୍ୟ ସରକାରଙ୍କ ତରଫରୁ ଅନେକ ପୁରସ୍କାର ପ୍ରାପ୍ତ ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ରସ୍ତରୀୟ ବିଭିନ୍ନ ଆଧ୍ୟାତ୍ମିକ ଓ ସଂସ୍କୃତି ସମ୍ପନ୍ନ ସଂଗଠନ ଦ୍ଵାରା ଅନେକ ଗୁଡ଼ିଏ ପୁରସ୍କାରରେ ସମ୍ୱର୍ଦ୍ଧିତ ହୋଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.