csstore

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ଯୁବ ରେଡ୍‌କ୍ରସ୍‌ ପ୍ରବେଶ ଉତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେରଙ୍କ ସଭାପତିତ୍ୱରେ ଯୁବ ରେଡ୍‌କ୍ରସ୍‌ର ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । କାଉନସିଲର୍‌ ଶ୍ରୀନିବାସ ଗଡତ୍ୟାଙ୍କ ସଂଯୋଜନାରେ ବରିଷ୍ଠ ଓଡ଼ିଆ ଅଧ୍ୟାପକ ବ୍ୟାସଦେବ ଦଣ୍ଡସେନା ସେବାର ଭୂମିକା ଆଲୋକପାତ କରିଥିଲେ । ଖେଳ ଶିକ୍ଷକ ନଳିନୀକାନ୍ତ ପ୍ରଧାନ ସ୍ୱାସ୍ଥ୍ୟ ଉପରେ ସ୍ୱେଚ୍ଛାସେବୀଙ୍କୁ ଅବଗତ କରିଥିଲେ । ଅଧ୍ୟାପକ ଶ୍ରୀ ଗଡତ୍ୟା ରେଡ୍‌କ୍ରସ୍‌ର ଇତିହାସ ଓ କ୍ଲାପିଂଗୁଡ଼ିକ ଶିକ୍ଷା ଦେଇଥିବା ବେଳେ ଅଧ୍ୟାପକ ଜଗଦୀଶ ସିଂ ବାବୁ, ଅଧ୍ୟାପିକା ବିନ୍ଦୁ ସାଗର ବେହେରା, ନିକିତା ବିଶି, ପ୍ରମୋଦ ମେହେର, କମଳ ମେହେର, ଧ୍ରୁବ ଚରଣ ବାରିକ, ଧନେଶ୍ଵର ଥନାପତି, ସରୋଜ ସାମଲ, ଶଙ୍କର ପଧାନ, ଖୁସିରାମ କଠାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀନିବାସ ଗଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.