csstore

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଜାତୀୟ ଶିକ୍ଷା ଦିବସ ପାଳିତ

ଭୁବନେଶ୍ୱର, (ପିଆଇବି) : ଶିକ୍ଷା ସବୁଠାରୁ ବଡ଼ ସାଧନ, ବଡ ମାଧ୍ୟମ । ଶିକ୍ଷାକୁ ମାଧ୍ୟମ କରି ବିଶ୍ୱଶାନ୍ତି ପ୍ରତିଷ୍ଠା ସହ ଆନ୍ତର୍ଜାତିକ ବୁଝାମଣା, ମହାକାଶ ଗବେଷଣା, ଦାରିଦ୍ର୍ୟ ଦୂରୀକରଣ ସହ ବିକାଶ ଓ ପ୍ରଗତି ସମ୍ଭବ ବୋଲି ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଆୟୋଜିତ ଜାତୀୟ ଶିକ୍ଷା ଦିବସ ଉସ୍ତବରେ ମତ ପ୍ରକାଶ ପାଇଛି । ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କାଲାମଙ୍କ ଜୟନ୍ତୀକୁ ‘ଜାତୀୟ ଶିକ୍ଷା ଦିବସ’ ଭାବେ ସାରା ଭାରତରେ ଆଜି ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ପ୍ରତିଷ୍ଠାନର ପ୍ରେକ୍ଷାଳୟରେ ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭବ୍ୟ ଉସ୍ତବରେ ଭୋପାଳରୁ ଆସିଥିବା ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଅନୀଲ କୁମାର, ଏନ୍‌.ସି.ଇ.ଆର୍‌.ଟି.ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି ଓ ପ୍ରତିଷ୍ଠାନର ଡ଼ିନ ପ୍ରଫେସର ମାନସୀ ଗୋସ୍ୱାମୀ ଶିକ୍ଷାର ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତକରି ଏହା କିଭଳି ବ୍ୟକ୍ତିରୁ ବ୍ୟକ୍ତିତ୍ୱକୁ ବିକଶିତ କରିବାରେ ସହାୟକ ହୁଏ ତାହାର ଦୃଷ୍ଟାନ୍ତ ବୁଝାଇଥିଲେ । ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାର୍ଥୀଗଣ ସରସ୍ୱତୀ ବନ୍ଦନା ପରିବେଷଣ କରିଥିବାବେଳେ ଡ. କଳିଙ୍ଗ କେତକୀ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.