ରାକ୍ଷୀ ବନ୍ଧା ହାତରୁ ଭାଇର ଖଣ୍ଡ ବିଖଣ୍ଡିତ ମୃତଦେହ ବୋଲି ଚିହ୍ନି ପାରିଲା ଭଉଣୀ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ସୁନ୍ଦରଗଡ ଜିଲ୍ଲା କିରେଇ ଗ୍ରାମ ପଞ୍ଚାୟତର ଗାଁ ସାଥି ରମେଶ ସିଂ ସାଙ୍ଗସାଥିଙ୍କ ସହ ଭୋଜି କରିବା ଲାଗି ଗତ ୧୩ ତାରିଖ ଦିନ ଯାଇଥିଲେ । ହେଲେସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ୧୪ ତାରିଖ ଦିନ ଟାଉନ ଥାନାରେ ନିଖୋଜ ଥିବା ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ କିରେଇର ଏକ ବିଲରୁ ୧୪ ତାରିଖ ରାତି ପ୍ରାୟ ୮ଟା ସମୟରେ କଟା ହାତ ମିଳିଥିଲା । ସେହି କଟା ହାତକୁ ଦେଖି, ହାତରେ ରାକ୍ଷୀ ଥିବାରୁ ରମେଶଙ୍କ ଭଉଣୀ ଏହା ଭାଇର ହାତ ବୋଲି ଚିହ୍ନିଟ କରିଥିବା ବେଲେ ଘଟଣାରୁ ରମେଶଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଇଛି । ପୋଲିସର ତଦନ୍ତ ପରେ ରମେଶଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କ ମୁଣ୍ଡ ଏବଂ ଗୋଡ ମିଳିନଥିବା ସୂଚନା ମିଳିଛି ।

Leave A Reply

Your email address will not be published.