csstore

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଉରକେଲାରେ ଭବ୍ୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଯୁବନେତା ତଥା ସମ୍ବଲପୁରର ଲୋକସଭା ସଦସ୍ୟ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ କାଲି ଟ୍ରେନ୍‌ ଯୋଗେ ରାଉରକେଲା ଦେଇ କଲିକତା ଯାଉଥିବା ବେଳେ ରେଲୱେ ଷ୍ଟେସନରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଓ ବିଜେପିର ଶତାଧିକ ନେତା, କର୍ମୀ, ସମର୍ଥକ ଷ୍ଟେସନ୍‌ରେ ପହଂଚି ବହୁ ଉତ୍ସାହ ଓ ଧୁମ୍‌ଧାମ୍‌ ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ’ ଗତ ହରିୟାଣା ବିଧାନସଭା ନିର୍ବାଚନରେ ଶ୍ରୀ ପ୍ରଧାନ ରାଜ୍ୟ ପ୍ରଭାରୀ ଦ୍ୱାୟିତ୍ୱ ତୁଲାଇ ବିଜେପିକୁ ଜିତେଇବାରେ ସମର୍ଥ ହୋଇଥିବାରୁ ଜିଲ୍ଲା ତରଫରୁ ତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଯାଇଥିଲା ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

jayashree
Leave A Reply

Your email address will not be published.