csstore

ଉତ୍କଳ ସାଂସ୍କୃତିକ ପରିଷଦର କାର୍ଯ୍ୟାଳୟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦରର ଅସ୍ଥାୟୀ କାର୍ଯ୍ୟାଳୟ ସେକ୍ଟର ୨ସ୍ଥିତ ଦୁର୍ଗା ପୂଜା ପଡ଼ିଆ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଆସନ୍ତା ୧୩ ଓ ୧୪ ତାରିଖ ଦିନ ହେବାକୁ ଥିବା ଦୁଇ ଦିନିଆ ୩୪ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ଏହି କାର୍ଯ୍ୟାଳୟ ଖୋଲାଯାଇଛି ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ଶଙ୍କର ଜେନା ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲେ । ଖାଲି ରାଉରକେଲା କାହିଁକି ସମଗ୍ର ରାଜ୍ୟରେ ସାଂସ୍କୃତିକ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଉତ୍କଳ ସାଂସ୍କୃତିକ ପରିଷଦ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଟ୍ରାକ୍ସନ ଲାଇଭ ମେଲୋଡି, ଅର୍ଚ୍ଚନା ପାଢ଼ୀ, ନାବ୍ୟା ଜାଇତିଙ୍କ ସମେତ ବହୁ କଳାକାର ଯୋଗ ଦେବେ ବୋଲି ସୂଚନା ମିଳିଛି । ଶ୍ରୀ ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୁନୀଲ କାୟଲ, ଉପଦେଷ୍ଟା ଦେବେନ୍ଦ୍ରନାଥ ସାମନ୍ତରାୟ, ନୀଳାମ୍ବର ପୁହାଣ, ରଶ୍ମିତ ସାହାଣୀ, ମୀନତି ଦେବତା, ଆଦିତ୍ୟ ବାରିକ, ମିଟୁ ବେହୁରିଆ, ସରୋଜ ପ୍ରଧାନ, ଦୁର୍ଗା ଚରଣ ଜେନା, ଜୟନ୍ତ ମହାରଣା, ଆକାଶ ଜେନା, ରଞ୍ଜନ ବାରିକ, ସଞ୍ଜୟ କୁମାର ପ୍ରଧାନ, ମିହିର ମାଝୀ, ଜଗତ ସାହୁ, ଗିରିଜା ଶଙ୍କର ସାହୁ, ପବିତ୍ର ସାହୁ, ଜୟପ୍ରକାଶ ମହାନ୍ତି, ପପୁ ଛତ୍ରିଆ, ବଣ୍ଟି ସିଂ, ଅରୁ ମହାପାତ୍ର, ଲିଙ୍ଗରାଜ କୁମ୍ଭାର, ପୂର୍ଣ୍ଣଚନ୍ଦ୍ର ସାହୁ, ରବିନ୍ଦ୍ର ବାରିକ, କାର୍ତ୍ତିକ ଖଣ୍ଡୁଆଳ, ବସନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.