oom

ଖପ୍ରାଖୋଲ ପୋଲିସର ଚଢ଼ାଉ : ୬ ଦାଦନ ଶ୍ରମିକ ଉଦ୍ଧାର, ୩ ସର୍ଦ୍ଦାର ଗିରଫ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚଢ଼ାଉ କରି ୪ ମହିଳା ଓ ୨ ପୁରୁଷ ଦାଦନ ଶ୍ରମିକ ଉଦ୍ଧାର କରିବା ସହିତ ଏକ ଆର୍ଟିକା ଗାଡ଼ି ଜବତ କରିଥିବା ବେଳେ ବେଆଇନ ଦାଦନ ଶ୍ରମିକ ଚାଲାଣ ଅଭିଯୋଗରେ ଜଣେ ମୁଖ୍ୟ ସର୍ଦ୍ଦାର ଏବଂ ୨ ଜଣ ମଧ୍ୟସ୍ଥି (ସର୍ଦ୍ଦାର)କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଉଦ୍ଧାର ଶ୍ରମିକ ମାନେ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗ୍ରାମର ବୋଲି ଜଣାଯାଇଛି । ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ଖପ୍ରାଖୋଲ ପୋଲିସ ଏଏସ୍‌ଆଇ ନବୀନ ଭୋଇଙ୍କ ନେତୃତ୍ୱରେ ପେଟ୍ରୋଲିଂ କଲାବେଳେ ହରିଶଙ୍କର ଛକ ଠାରେ ଏକ ଆର୍ଟିକା ଗାଡ଼ିରେ କିଛି ମହିଳା ପୁରୁଷ ଯାଉଥିବା ଦେଖି ଗାଡ଼ି ଅଟକାଇ ପଚରା ଉଚୁରା ବେଳେ ଶ୍ରମିକ ମାନେ ବେଆଇନ୍ ଭାବରେ ତେଲେଙ୍ଗାନା ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡିଥିଲା । ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ସହ ପଚରା ଉଚରା ପରେ ନିଜ ଗାଁରେ ଛାଡି ଦେଇଥିବା ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ ନମ୍ୱର୍ ୨୬୦/୨୪ରେ ଏକ ମାମଲା ରୁଜୁ କରି ଲାଠୋର ଗାଁର ମଧ୍ୟସ୍ଥି (ଦାଦନ ସର୍ଦ୍ଦାର) ବନ୍ତ ଭାଇଁସାଲ, ଗଣେଶ ଭାଇଁସାଲ୍ ଓ ନେତ୍ର ପାତ୍ରଙ୍କ ସମେତ ଗାଡ଼ି ଡ୍ରାଇଭର ନର ବାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.