ସ୍ତ୍ରୀକୁ ହତ୍ୟା ପାଇଁ ସଇତାନ ସ୍ଵାମୀ ରଚିଥିଲା ବ୍ଲୁ ପ୍ରିଣ୍ଟ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲାରେ ଏମିତି ବି ପ୍ରି-ପ୍ଲାନ୍ ମର୍ଡର ହେବ ତାହା ପୁଣି ଗ୍ରାମାଞ୍ଚଳରେ କିଏ କେବେ ବି ଭାବି ରଥିଲେ । ନିଜ ପତ୍ନୀକୁ ରାସ୍ତାରୁ ହଟାଇବା ପାଇଁ ସ୍ଵାମୀ ଦୀର୍ଘ ୮ ଦିନରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଏହିପରି ଏକ ଘଟଣା କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ହାରିଆମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମହେନ୍ଦ୍ର ଖରା ଓ ତାଙ୍କ ପତ୍ନୀ ସାବିତ୍ରୀ ଖରା ନନ୍ଦପୁରକୁ ଆଧାର ଲିଙ୍କ ପାଇଁ ଆସିଥିଲେ । ତେବେ ସନ୍ଧ୍ୟା ସମୟରେ ଗ୍ରାମକୁ ଯିବା ରାସ୍ତାରେ ତାଙ୍କ ନିଜ ସାଙ୍ଗମାନେ ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା କରିଥିବା ନେଇ ନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା । ଆକ୍ରମଣର ଶିକାର ହୋଇଥିବା ମହେନ୍ଦ୍ର ରଚି ଥିବା ପ୍ଲାନ୍ ଅନୁଯାୟୀ ହତ୍ୟା ଘଟଣାରେ ସହଯୋଗ କରିଥିବା ୨ ଜଣ ପୂର୍ବରୁ ଖୁଡୁବି ଛକ ନିକଟରେ ପ୍ରସ୍ତୁତ ଥିଲେ । ସ୍ଵାମୀ ସ୍ତ୍ରୀ ଯାଉଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଏକ ଠେଙ୍ଗାରେ ସ୍ତ୍ରୀଙ୍କ ମୁଣ୍ଡକୁ ପଛପଟରୁ ପ୍ରହାର କରିଥିଲେ । ସ୍ତ୍ରୀ ସାବିତ୍ରୀ ତଳେ ଟଳି ପଡିଥିଲେ । ପରେ ସ୍ଵାମୀ ମହେନ୍ଦ୍ର କହିବା ଅନୁଯାୟୀ ଗଛରେ ତାଙ୍କୁ ବାନ୍ଧି ଦେଇ ୨ ସହଯୋଗୀ ଫେରାର୍‌ ହୋଇଯାଇଥିଲେ । ଘଟଣାର ତଦନ୍ତ ପ୍ରଥମେ ମୋବାଇଲ କଲ୍‌ ଯାଞ୍ଚ କରି ନନ୍ଦପୁର ପୋଲିସ ଆରମ୍ଭ କରିଥିଲେ । ମୋବାଇଲ କଲ୍‌ରୁ ହିଁ ସବୁ କିଛି ଧରାପଡ଼ି ଯାଇଥିଲା । ସୁନାବେଡ଼ା ଏସ୍‌ଡିପିଓ ମାନବ୍ରତା ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତତ୍ତ୍ୱାବଧାନରେ ନନ୍ଦପୁର ପୋଲିସ ଏହାର ତଦନ୍ତ କରି ୨୬ ଘଣ୍ଟା ପୂର୍ବରୁ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ମାଳି ଖୁଡ଼ୁବି ଗ୍ରାମର ମହେଶ ମାଳି, ସୋମନାଥ ଭୋଇ ଓ ସାବିତ୍ରୀଙ୍କ ସ୍ୱାମୀ ମହେନ୍ଦ୍ର ଖରାଙ୍କୁ ପୋଲିସ ଗିରଫ କରିଛି । ସାବିତ୍ରୀଙ୍କ ପୋଷ୍ଟମର୍ଟମ ପରେ ଆହୁରି ସତ୍ୟସତ୍ୟା ଖବର ପଦାକୁ ଆସିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୁନାବେଡା ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.