oom

କଂସ ବଧ ସହ ଉଦ୍‌ଯାପିତ ହେଲା ଭୀମପାହାଡ ମହୋତ୍ସବ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ରେ ୧୯ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ଗତ ୧ ତାରିଖରୁ ଚାଲିଥିବା ୧୦ତମ ଭୀମପାହାଡ଼ ମହୋତ୍ସବର ମଙ୍ଗଳବାର ଥିଲା ଅନ୍ତିମ ଦିବସ । ସକାଳ ୧୦ଟା ସମୟରେ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଥିଲା । ୧୨ଟା ସମୟରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କୃଷ୍ଣ ବଳାରାମ ଭୀମଡୁଙ୍ଗୁରୀ, ରୁଗୁଡ଼ିପାଲି, ଥାଲବନ୍ଦ, ବନ୍ଦପାଲି ଗାଁ ପରିଭ୍ରମଣ କରିଥିଲେ । କୃଷ୍ଣ ବଳାରାମଙ୍କୁ ପୂଜା କରି ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବରିଷ୍ଠ କଳାକାର ରବିନ୍ଦ୍ର ସାହୁଙ୍କ କଂସ ଦରବାର ଓ ବିଭିନ୍ନ ସାଂସ୍କୃତିକ ଅନୁ‌ଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ଅନୁଷ୍ଠିତ ହୋଇଥିବା ସଭାମଞ୍ଚରେ ଆୟୋଜକ କମିଟି ସଭାପତି ଲକ୍ଷ୍ମଣ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ଦେଓଗାଁ ବିଡ଼ିଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ.ସଞ୍ଜୟ ମିଶ୍ର ଓ ଦେଓଗାଁ ବ୍ଲକର ପୂର୍ବ ଅଧ୍ୟକ୍ଷା ରୀନା ମେହେର ଯୋଗ ଦେଇଥିଲେ । କଂସ ଦରବାରର ଅନ୍ତିମ ସନ୍ଧ୍ୟାରେ ଚାରଣ ମୁଷ୍ଟିକ ବଧ, କୃଷ୍ଣ ବଳରାମଙ୍କ ମଧୁରା ଆଗମନ, କଂସ ବଧ ସହ କଂସ ଦରବାର ସମାପ୍ତି ହୋଇଥିଲା । ସେହିପରି ସାଂସ୍କୃତିକ ଦଳ ପବିତ୍ର ଦଣ୍ଡସନା ଓ ସାଥୀଙ୍କ ଘୁଡ଼ଖା ନୃତ୍ୟ, ବନ୍ଧପଡ଼ା ଯୁକ୍ତ ଦୁଇ ମହାବିଦ୍ୟାଳୟର ଛାତ୍ର, ଛାତ୍ରଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଓ ବେନାର ମୁହୁରୀଆ କଳା ପରିଷଦ, ହାତୀସରା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୫ ଦିନ ଧରି ଅଭିନୀତ କଂସ ଦରବାର ନାଟକରେ ବିଭିନ୍ନ ଭୂମିକାରେ ଏହି କଂସ ଦରବାର ସାଂସ୍କୃତିକ କାର୍ଯ୍ୟକ୍ରମରେ କଂସ ମହାରାଜ ଭୂମିକାରେ ବରିଷ୍ଠ କଳାକାର ରବିନ୍ଦ୍ର ସାହୁ ଅଭିନୟ କରିଥିବା ବେଳେ ଉଗ୍ରେସନ ଗଜାଧର ପୁଟେଲ, ପୁତୁନା ଓ ଅକୃର ମଧୁ ରାଉତ, ସେନାପତି ହଂସ ଧ୍ୱଜ ଟିପୁନ ବାରିକ, ସିଂହ ଧ୍ୱଜ ଅନିଲ ବାରିକ, ମହାମନ୍ତ୍ରୀ ଜଗଦିଶ ମାହାର, ବସୁଦେବ ପୃଥ୍ୱୀରାଜ ବାଗ, ଦେବକୀ ବର୍ଷା ରାଣୀ, ଚାଣୁର ପୂର୍ଣ୍ଣନନ୍ଦ ସାହୁ, ମୁଷିକ ବନବାସ ଭୂଏ, ରାଜପ୍ରହରୀ ସରୋଜ ମହାକୁର, ରାଜଦୁତ ପ୍ରେମରାଜ ସାହୁ ଓ ରାଜ ନର୍ତ୍ତକୀ ଭାବେ ସରସ୍ୱତୀ, ଚୁନୁଙ୍କ ଅଭିନୟ ବେଶ ଚିତ୍ତାକର୍ଷକ ହୋଇଥିଲା । ସଭା ଓ ସାଂସ୍କୃତିକ ମଞ୍ଚ ପରିଚାଳନାରେ ଭୀମପାହାଡ଼ ମହୋତ୍ସବ କମିଟିର ଉପଦେଷ୍ଟା ଶୈଲେନ୍ଦ୍ର ସାହୁ, ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.