ଓଏସ୍‌ଆର୍‌ଟିସି ବସ୍‌କୁ ଟେକା ମାଡ : ଟିଟିଲାଗଡ଼ ଥାନାରେ ଏତଲା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଣ୍ଟାବାଞ୍ଜି ଠାରୁ ପୁରୀ ଅଭିମୁଖେ ଯାଉଥିବା ଓଡି ୧୪ ବି ୬୯୪୦ ନମ୍ବର ବିଶିଷ୍ଟ ବସ୍‌କୁ ଖୋଲାନ ଗ୍ରାମ ନିକଟରେ ଦୁର୍ବୃତ୍ତ ଟେକା ମାଡ କରିବା ଯୋଗୁଁ ବସ୍‌ର ଦୁଇଟି ସାଇଡ ଝରକା କାଚ ଭାଙ୍ଗି ଯାଇଛି । କମ୍‌ ଯାତ୍ରୀ ଥିବାରୁ କାହାର କିଛି କ୍ଷତି ହୋଇନଥିବା ବେଳେ ଯଦି ଯାତ୍ରୀ ଥିଲେ ଏକ ବଡ ଅଘଟଣ ଘଟି ଯାଇଥାନ୍ତା । ତେବେ ସେଠାରୁ ଆସି ଟିଟିଲାଗଡ଼ ଥାନାରେ ବସ୍‌ କର୍ମଚାରୀ ମାନେ ଏତଲା ଦେଇଛନ୍ତି । ଏହିଭଳି କାଣ୍ଡ ଭିଆଉଥିବା ଦୁର୍ବୃତ୍ତଙ୍କୁ କଠୋର ଦଣ୍ଡ ଦିଆଯିବା ସହ ତାଙ୍କ ଠାରୁ ଜୋରିମାନା ଆଦାୟ କରି ବସ୍‌ ମରାମତି କରିବାକୁ ସାଧାରଣରେ ଦାବି ହେଉଛି । ଏବେ କେମିତି ରାତିରେ ଯାତ୍ରୀ ବିନା ଥଣ୍ଡା ପବନ ଖାଇ ନିଜର ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବେ ଅନୁମାନ କରନ୍ତୁ । ଶୀତ ତାପ ନିୟନ୍ତ୍ରିତ ବସ୍‌ର ଅବସ୍ଥା କହିଲେ ନସରେ । ଯାତ୍ରୀ ମାନଙ୍କ ଭିତରେ ଛୋଟ ଛୋଟ ଛୁଆ ମଧ୍ୟ ଅଛନ୍ତି ।

Leave A Reply

Your email address will not be published.