oom

ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପଦ୍ମପୁରରେ ନୂତନ ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ନୂତନ ସହ ବ୍ଲକ ଶିକ୍ଷା ଅଧିକାରୀ ଭାବରେ ବିଶିକେଶନ ଶତପଥୀ ଆଜି ଯୋଗଦାନ କରିଛନ୍ତି । ତାଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହି ଅବସର ସହ ବ୍ଲକ ଶିକ୍ଷା ଅଧିକାରୀ ଶିବପ୍ରସାଦ ଯୋଶୀ, ସେକ୍ସନ ଅଫିସର ଦିଲ୍ଲୀପ ଭୋଇ, ଶ୍ରୀମତୀ ସୁଚିସ୍ମିତା ଶତପଥୀ, ସଙ୍ଗୀତା ରାଉତ, ଭଗବାନ ତରେଇ ଓ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜବୋଡ଼ାସମ୍ବର ବ୍ଲକରେ ଦୀର୍ଘ ଦିନରୁ ଏକ ସହ ବ୍ଲକ ଶିକ୍ଷାଅଧିକାରୀ ପଦ ଖାଲି ପଡ଼ିଥିଲା, ଝାରବନ୍ଧ ବ୍ଲକ ଶିକ୍ଷା କର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଶ୍ରୀ ଶତପଥୀଙ୍କ ଯୋଗଦାନ ଫଳରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟର କାର୍ଯ୍ୟ ଅଧିକ ସୁଗମ ହୋଇପାରିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଭୋଇ ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.